ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ମିଳିଲା ପଦ୍ମଶ୍ରୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ସମ୍ମାନିତ
ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ବୁଧବାର ଆୟୋଜିତ ପୁରସ୍କାର ସମାରୋହରେ ରବୀନା ଟଣ୍ଡନଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି।

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ବୁଧବାର ଆୟୋଜିତ ପୁରସ୍କାର ସମାରୋହରେ ରବୀନା ଟଣ୍ଡନଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଟ୍ୱିଟରରେ ସେୟାର ହୋଇଥିବା ଭିଡିଓରେ ରାଷ୍ଟ୍ରପତି ମୁର୍ମୁ ଅଭିନେତ୍ରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରୁଥିବା ଦେଖିବାକୁ ମିଳିଛି। ରବୀନା ଶାଢି ପିନ୍ଧି ପାରମ୍ପରିକ ରୂପରେ ସମାରୋହରେ ପହଞ୍ଚିଛନ୍ତି। ଭାରତୀୟ ସିନେମାରେ ଅବଦାନ ଏବଂ ପରୋପକାର କାର୍ଯ୍ୟ ପାଇଁ ଅଭିନେତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
#WATCH | Actor Raveena Tandon receives the Padma Shri from President Droupadi Murmu pic.twitter.com/9BaFYP3TZi
— ANI (@ANI) April 5, 2023