Below header

ଗଜପତି: କଂସେଇ ସାଜିଲା ସାନ ଭାଇ, ଟାଙ୍ଗିଆ ଚୋଟରେ ନେଲା ବଡଭାଇର ଜୀବନ

ଗଜପତି: ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନାର ଚିନ୍ତାପଲ୍ଲୀ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ସାନ ଭାଇ ନେଇଛି ବଡ ଭାଇର ଜୀବନ। ମୃତ ବଡଭାଇଙ୍କ ନାମ ସୁନ୍ଦର ବେହେରା ବୋଲି ଜଣା ପଡିଛି। ଜମିବାଡି ବିବାଦକୁ ନେଇ ମୃତ ସୁନ୍ଦରଙ୍କ ଭାଇ ତାରକେଶ୍ବର ବେହେରା ପ୍ରବଳ ମଦ୍ୟପାନ କରି ଗଣ୍ଡଗୋଳ କରିଥିଲେ ଓ ପରେ ଉତ୍ୟକ୍ତ ହେଇ ଟାଙ୍ଗିଆରେ ବଡ ଭାଇର ବେକକୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ସୁନ୍ଦରଙ୍କ ପ୍ରାଣବାୟୂ ଉଡିଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିବା ସହ ହତ୍ୟାକାରୀ ସାନଭାଇ ତାରକେଶ୍ବରକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.