Below header

ମଦ ଦୋକାନ ସ୍ଥାନାନ୍ତର ଦାବିରେ ବିକ୍ଷୋଭ, ଟାୟାର ଜାଳି ରାସ୍ତାରୋକ

କେନ୍ଦ୍ରାପଡା (କେନ୍ୟୁଜ୍) : ମଦ ଦୋକାନ ସ୍ଥାନାନ୍ତର ଦାବିରେ ବିକ୍ଷୋଭ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଜରିମୂଳ ବଜାରରେ ଥିବା ମଦ ଦୋକାନ ସ୍ଥାନାନ୍ତର ଦାବିରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଜରିମୂଳ ବଜାରରେ ଥଇବା ୨ଟି ସରକାରୀ ମଦ ଦୋକାନକୁ ସ୍ଥାନାନ୍ତର ଦାବିରେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରତିବାଦ କରି ଆସୁଥିଲେ । ହେଲେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁ ନଥିଲା । ତେଣୁ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜନଗର ତାଳଚୁଆ ମୁଖ୍ୟ ରାସ୍ତାର ଜରିମୂଳ ଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପରେ ଖବର ପାଇ ରାଜନଗର ପୋଲିସ ଓ ପଟ୍ଟାମୁଣ୍ଡାଇ ଏସଡିପିଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.