Below header

ବିଜେଡି ଘୋଷଣା କଲା ୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ବର (କେନ୍ୟୁଜ୍) : ସରିଲା ରାଜ୍ୟସଭା ସସପେନ୍ସ । ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ ଯିବେ ରାଜ୍ୟସଭା। ଏମାନଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ନେତା ତଥା ପୂର୍ବତନ ଏଜି ଅମର ପଟ୍ଟନାୟକ ରାଜ୍ୟସଭା ଯିବେ। ଅମର ପଟ୍ଟନାୟକ ବର୍ତ୍ତମାନ ବିଜେଡି ଆଇଟି ସେଲ୍ର ଅଧ୍ୟକ୍ଷ ଅଛନ୍ତି। ସସ୍ମିତ ପାତ୍ର ବିଜେଡି ମୁଖପାତ୍ର ଅଛନ୍ତି। ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ। ତାଙ୍କ ନାଁକୁ ବିଜେପି ବି ରାଜ୍ୟସଭା ପାଇଁ ଘୋଷଣା କରିଛି।

ଗତ ସାଧାରଣ ନିର୍ବାଚନରେ ବିଜେଡିର ତିନି ଜଣ ରାଜ୍ୟସଭା ସାଂସଦ ଲୋକସଭା ଓ ବିଧାନସଭା ନିର୍ବାଚନ ଜିତିଥିଲେ । ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହେବା ପରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଡକ୍ଚର ଅଚ୍ୟୁତ ସାମନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ । ଡକ୍ଟର ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ସାଂସଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ଓ ପ୍ରତାପ ଦେବ ଆଳି ବିଧାନସଭା ଆସନରୁ ଲଢ଼ି ବିଜୟୀ ହୋଇଛନ୍ତି। ଆସନ୍ତା ଜୁଲାଇ ୫ରେ ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ନାମାଙ୍କନ ଦାଖଲର ଶେଷ ଦିନ ରହିଛି ୨୫ ଜୁନ । ୨୮ ତାରିଖ ରହିଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.