Below header

ଅନ୍ଧବିଶ୍ୱାସର ଆଉ ଏକ ନମୂନା: କୁନି ଝିଅ ସହ କୁକୁରର ବାହାଘର, ଭାଇରାଲ୍ ହେଉଛି ଭିଡିଓ

କୁକୁର ସହିତ ପୁଣି ଝିଅର ବାହାଘର। ହଁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରିଷ୍ଟ ଖଣ୍ଡନ ପାଇଁ କୁକୁର ସହିତ ପିଲାଙ୍କର ବାହାଘର କରାଯାଇଛି । କୁକୁର ସହିତ ବାହାଘର ନକଲେ, ପିଲା ବଣରେ ହଜିଯିବ କିମ୍ବା ବାଘ ନେଇଯିବ ବୋଲି ବିଶ୍ୱାସ ମଧ୍ୟ ରହିଛି ।

ସୋର(କେନ୍ୟୁଜ) : କୁକୁର ସହିତ ପୁଣି ଝିଅର ବାହାଘର। ହଁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରିଷ୍ଟ ଖଣ୍ଡନ ପାଇଁ କୁକୁର ସହିତ ପିଲାଙ୍କର ବାହାଘର କରାଯାଇଛି । କୁକୁର ସହିତ ବାହାଘର ନକଲେ, ପିଲା ବଣରେ ହଜିଯିବ କିମ୍ବା ବାଘ ନେଇଯିବ ବୋଲି ବିଶ୍ୱାସ ମଧ୍ୟ ରହିଛି । ନବଜାତ ପିଲାଟିର ଯଦି ପ୍ରଥମେ ଉପର ଦାନ୍ତ ଉଠେ, ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା, ପିଲାକୁ ବାଘ ନେଇଯିବା କିମ୍ବା ବଣରେ ହଜିଯିବା ଭଳି ବିଶ୍ୱାସ ରହିଛି । ତେଣୁ ତାର ରିଷ୍ଟ ଖଣ୍ଡନ ପାଇଁ ପିଲାଟିକୁ ଗଛ କିମ୍ବା କୁକୁର ସହ ବିବାହ କରାଇଦେଲେ ରିଷ୍ଟ ଖଣ୍ଡନ ହୁଏ। ପରେ କୁକୁରଟି ରୋଗଗ୍ରସ୍ତ ହେବା ସହିତ ମୃତ୍ୟୁ ମୁଖରେ ପଡ଼ିଥାଏ ଏବଂ ପିଲାଟି ସୁସ୍ଥ ହୋଇଯାଏ ବୋଲି ଗ୍ରାମବାସୀ କହିଛନ୍ତି।

ଏହିପରି ଦୁଇଟି ଅଜବ ବିବାହ ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗାଁରେ ଦେଖିବାକୁ ମିଳିଛି । ଗାଁର ର ଦରି ସିଂଙ୍କ ପୁଅ ସହିତ ଏକ ମାଈ କୁକୁର ଏବଂ ମଛୁଆ ସିଂଙ୍କ ଝିଅ ସହିତ ଏକ ଅଣ୍ଡିରା କୁକୁରୁର ବାହାଘର କରାଯାଇଛି । ଏହି ବାହାଘର ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ କରାଯାଇଛି । ବିବାହରେ ମାଦଲ ସହିତ ନାଚ ଗୀତରେ ହାଣ୍ଡିଆ ଖାଇ ଦିନ ତମାମ ମସ୍ତି କରିଛନ୍ତି ଗାଁଲୋକ । ତେବେ ଅନ୍ଧବିଶ୍ୱାସର ଏହା ଆଉ ଏକ ନମୂନା । ସତ ହେଲା ଏଠାରେ କାମ ଦେଉନି ସଚେତନତା ଅବା ଏକବିଂଶ ଶତାବ୍ଦୀର ସଭ୍ୟତା । କୁକୁର ସହ ବାହାଘର କରି ରଷ୍ଟ ଖଣ୍ଡନ ଏବେବି ରହିଛି ପ୍ରଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.