ମୁକେଶ ଅମ୍ବାନୀ ବୋହୂକୁ ଉପହାର ଦେଲେ ଦୁନିଆର ସବୁଠୁ ଦାମୀ ହାର, ଚର୍ଚ୍ଚାରେ ଶ୍ଲୋକା ମେହେତାଙ୍କ ହୀରା ନେକ୍‌ଲେସ

ଅମ୍ବାନୀ ପରିବାରର ବୋହୂ ଶ୍ଲୋକା ମେହେତାଙ୍କ ହୀରା ନେକ୍‌ଲେସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ବୋହୂ ଶ୍ଲୋକା ମେହେତାଙ୍କୁ ଦୁନିଆର ସବୁଠୁ ଦାମୀ ହାର ଉପହାର ଦେଇଛନ୍ତି।

ଦୁନିଆର ସବୁଠାରୁ ଧନୀ ପରିବାର ମଧ୍ୟରେ ସାମିଲ ମୁକେଶ ଅମ୍ବାନୀଙ୍କ ପରିବାର ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ଜିଅଁନ୍ତି। ଅମ୍ବାନୀ ପରିବାରର ଫଙ୍କସନ, ପାର୍ଟି ଏବଂ ଅନ୍ୟାନ୍ୟ ଇଭେଣ୍ଟ୍‌ ଉପରେ ଥାଏ ସାରା ବିଶ୍ୱର ନଜର। ଏବେ ଅମ୍ବାନୀ ପରିବାରର ବୋହୂ ଶ୍ଲୋକା ମେହେତାଙ୍କ ହୀରା ନେକ୍‌ଲେସ ଚର୍ଚ୍ଚାର ବିଷୟ ପାଲଟିଛି।

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ନିଜ ବୋହୂ ଶ୍ଲୋକା ମେହେତାଙ୍କୁ ଦୁନିଆର ସବୁଠୁ ଦାମୀ ହାର ଉପହାର ଦେଇଛନ୍ତି। ଏହି ହାରର ମୂଲ୍ୟ ଶୁଣିବା ପରେ ଆପଣଙ୍କ ହୋଶ୍‌ ଉଡ଼ିଯିବ। ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ କେହି ଏତେ ମହଙ୍ଗା ଅଳଙ୍କାର ଉପହାର ଦେଇ ପାରିବେ।

ନୀତା ଅମ୍ବାନୀ ଓ ମୁକେଶ ଅମ୍ବାନୀ ପୁଅ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଲୋକା ମେହେତାଙ୍କୁ ଦୁନିଆର ସବୁଠୁ ମହଙ୍ଗା ହାର ଭେଟି ଦେଇଛନ୍ତି। ଏହି ହାରର ମୂଲ୍ୟ ୨ କି ୪ କୋଟି ନୁହେଁ, ବରଂ ୪୫୦ କୋଟି ଟଙ୍କାରୁ ଅଧିକ ରହିଛି। ରିପୋର୍ଟ ମୁତାବକ, ଶ୍ଲୋକା ମେହେତାଙ୍କ ପାଖରେ ଯେଉଁ ନେକ୍‌ଲେସ ଅଛି, ତାହା ବିଶ୍ୱର ସବୁଠାରୁ ମହଙ୍ଗା ହାର।

ବାସ୍ତବରେ, ଏହି ଡାଇମଣ୍ଡ ନେକ୍‌ଲେସରେ ବିଶ୍ୱର ସବୁଠୁ ବଡ଼ ଇଣ୍ଟରନାଲି ଫ୍ଲୋଲେସ୍‌ ହୀରା ସଜ୍ଜିତ ରହିଛି, ଯାହାର ମୂଲ୍ୟ ୪୫୦ କୋଟିରୁ ଅଧିକ। ଏହି ହାରକୁ ଲେବାନିଅନ୍‌ ଅଳଙ୍କାର ମୋୱାଡ୍‌ ତିଆରି କରିଥିଲା। ଏହାକୁ L’Incomparable କୁହାଯାଏ ଏବଂ ଏଥିରେ ବିଶ୍ୱର ସର୍ବବୃହତ ଇଣ୍ଟରନାଲି ଫ୍ଲୋଲେସ୍‌ ହୀରା ଲାଗିଛି।

ଶ୍ଲୋକାଙ୍କର ଏହି ହାରରେ ଆହୁରି ୯୧ଟି ହୀରା ଅଛି, ଯାହା ୨୦୦ କ୍ୟାରେଟ୍‌ରୁ ଅଧିକ ରହିଛି। ଶ୍ଲୋକାଙ୍କ ହାରର ଡିଜାଇନ୍‌କୁ ନା କପି କରାଯାଇପାରିବ ନା ଏହାକୁ ରିଡିଜାଇନ୍ କରାଯାଇପାରିବ। ଏହାର ଅର୍ଥ ହେଉଛି ଏହା ଅମ୍ବାନୀ ପରିବାରର ପ୍ରାଚୀନ ଅଳଙ୍କାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.