‘ହାପି ଡେ’, ଆଲିଆ-ରଣବୀରଙ୍କ ବିବାହକୁ ପୂରିଲା ୧ ବର୍ଷ; ଅନ୍ସିନ ଫଟୋ ସେୟାର କଲେ ଅଭିନେତ୍ରୀ
ଆଲିଆ ଭଟ୍ଟ ଓ ରଣବୀର କପୁର ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଖାସ୍ ଅବସରରେ ବଲିଉଡର ସମସ୍ତ ସେଲିବ୍ରିଟି ଉଭୟଙ୍କୁ ବିବାହ ବାର୍ଷିକୀରେ ଅଭିନନ୍ଦନ ଜଣାଉଛନ୍ତି।

ଆଲିଆ ଭଟ୍ଟ ଓ ରଣବୀର କପୁର ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଖାସ୍ ଅବସରରେ ବଲିଉଡର ସମସ୍ତ ସେଲିବ୍ରିଟି ଉଭୟଙ୍କୁ ବିବାହ ବାର୍ଷିକୀରେ ଅଭିନନ୍ଦନ ଜଣାଉଛନ୍ତି। ଆଲିଆ ଏହି ଖାସ୍ ଦିନରେ ରଣବୀର କପୁରଙ୍କ ସହ ନିଜ ବିବାହର ଅନ୍ସିନ ଫଟୋଗୁଡ଼ିକୁ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ରଣବୀର ଓ ଆଲିଆ ପରସ୍ପର ସହିତ ରୋମାଣ୍ଟିକ୍ ପୋଜ୍ ଦେଉଥିବା ନଜର ଆସୁଛନ୍ତି।
ଆଲିଆ ଓ ରଣବୀର ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ବିବାହରେ ଉଭୟ ପରିବାରର କେବଳ ଘନିଷ୍ଠ ସମ୍ପର୍କୀୟ ଏବଂ କିଛି ବନ୍ଧୁ ସାମିଲ ହୋଇଥିଲେ।
ଏବେ ସେମାନଙ୍କ ବିବାହକୁ ୧ ବର୍ଷ ପୂରଣ ହେବା ଅବସରରେ ଆଲିଆ ଭଟ୍ଟ ସ୍ୱାମୀ ରଣବୀରଙ୍କ ସହ ହଳଦୀ ସେରିମନିର କିଛି ଫଟୋ ସେୟାର କରିଛନ୍ତି। ଫଟୋରେ ରଣବୀର ଓ ଆଲିଆଙ୍କ ମୁହଁରେ ହଳଦୀ ଲଗାହୋଇଛି ଏବଂ ଉଭୟ କୋଜି ଲୁକରେ ହସୁଥିବାର ଦେଖାଯାଉଛନ୍ତି।
ଫଟୋଗୁଡ଼ିକୁ ଇନ୍ଷ୍ଟାଗ୍ରାମରେ ସେୟାର କରି ଆଲିଆ ଭଟ୍ଟ କ୍ୟାପସନ ଲେଖିଛନ୍ତି, ‘ହାପି ଡେ’। ଏହି ଫଟୋରେ କରଣ ଜୋହର ହାର୍ଟ ଆଇକନ୍ ସେୟାର କରିଥିବା ବେଳେ ମୌନି ରୟ ଲେଖିଛନ୍ତି, ‘ହାପି ଫାର୍ଷ୍ଟ ତୁମ ଦୁହିଁଙ୍କୁ’। ସେଠି ଗୌହର ଖାନ ଲେଖିଛନ୍ତି, ‘ହାପି ଆନିଭର୍ସାରୀ’।
View this post on Instagram