କେନ୍ଦୁଝରରେ ସାପ କାମୁଡାରେ ଝିଅ ମୃତ ବାପା ଗୁରୁତର

କେନ୍ଦୁଝର (କେନ୍ୟୁଜ୍) : ସାପ କାମୁଡାରେ ଝିଅ ମୃତ ବାପା ଗୁରୁତର। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶଙ୍କିରି ଗାଁରେ ଗତରାତିରେ ଶୋଇଥିବା ବେଳେ ବାପା ଓ ଝିଅକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ୨ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୫ବର୍ଷର ଝିଅ କୁନ୍ତଳାର ମ୍ରୁତ୍ୟୁ ଘଟିଥିବା ବେଳେ ବାପ ସୁଖଲାଲଙ୍କ ଅବସ୍ଥା ସୁଧୁରୁଛି।