ଭୁବନେଶ୍ୱର କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଶ୍ରୀବାଣୀକ୍ଷେତ୍ରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଭୁବନେଶ୍ବର(କେନ୍ୟୁଜ୍): ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ଭୁବନେଶ୍ୱର କିସ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଶ୍ରୀବାଣୀକ୍ଷେତ୍ରରେ ମଧ୍ୟ ମହାପ୍ରଭୁଙ୍କ ଏହି ପବିତ୍ର ପରମ୍ପରାକୁ ପାଳନ କରାଯାଇଛି । ରାତି ୨ଟାରେ ମନ୍ଦିରର ଦ୍ୱାର ଖୋଲା ହେବା ପରେ ଭୋର ୪ଟା ସମୟରେ ତିନି ଠାକୁରଙ୍କ ପହଣ୍ଡି ଯାତ୍ରା ଆରମ୍ଭ ହୋଇଥିଲା । ପରେ ୪ଟା ୧୫ ମିନିଟରେ ମଙ୍ଗଳଆଳତି, ଅବକାଶନୀତିକୁ ମଧ୍ୟ ସମାପନ କରାଯାଇଥିଲା ।

kiitଏହାପରେ ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ପୂଜା କରାଯାଇଥିଲା । ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ ତିନି ଠାକୁର । ସ୍ନାନ ମଣ୍ଡପକୁ ଛେରା ପହଁରା କରିଥିଲେ କିଟ ମନ୍ଦିର ଟ୍ରଷ୍ଟର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ । ଏହାପରେ ଶ୍ରୀଜିଉଙ୍କୁ ହାତୀବେଶରେ ସଜ୍ଜିତ କରାଯାଇଥିଲା। ମହାପ୍ରଭ୍‌ୂଙ୍କ ଏହି ବେଶକୁ ଦର୍ଶନ କରିଥିଲେ ବହୁ ଭକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.