Below header

୬୦ ଘଣ୍ଟା ପରେ ଏବେବି ଅନେକ ନିଖୋଜ, ବିହାର ୨ ଓ ପଶ୍ଚିମବଙ୍ଗ ମାଲଦାର ୪ଜଣଙ୍କ ପତ୍ତା ମିଳୁନି

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାକୁ ହେଲାଣି ୬୦ ଘଣ୍ଟା । ଏବେବି ଅନେକ ନିଖୋଜ । କିଏ ଭାଇକୁ ପାଉନି ତ କିଏ ଭଣଜାକୁ ଖୋଜି ଖୋଜି ନୟାନ୍ତ । ଦୁର୍ଘଟଣାସ୍ଥଳ, ବାଲେଶ୍ୱର ହସପିଟାଲ, କଟକ SCB, ଭୁବନେଶ୍ୱର ଏମ୍ସ ସବୁ ଜାଗା ଖୋଜି ସାରିଲେଣି । ସାଲିମାରରୁ କରମଣ୍ଡଳ ଏକ୍ସପ୍ରେସରେ ତାମିଲନାଡୁ ଯାତ୍ରା କରୁଥିଲେ ବିହାରର ସୁନୀଲ କୁମାରଙ୍କ ଦୁଇ ଜଣ ସମ୍ପର୍କୀୟ ଭାଇ ।

ଦୁର୍ଘଟଣା ପରେ ଉଭୟ ନିଖୋଜ ଅଛନ୍ତି । ସେହିପରି ବିହାରର ୨୧ ବର୍ଷୀୟ ରାଜା ସୋହନୀ ମଧ୍ୟ ନିଖୋଜ ଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି । ହାଓ୍ଵଡାରୁ ନିଜର ୧୦ ଜଣ ବନ୍ଧୁଙ୍କ ସହ ଚେନ୍ନାଇ ଯାଉଥିଲେ ରାଜା । ୧୦ ଜଣଙ୍କ ମଧ୍ୟରୁ ୮ଜଣ ଚିକିତ୍ସାଧିନ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ନିଖୋଜ ଅଛନ୍ତି ।

୬୦ ଘଣ୍ଟା ପରେ ବି ମିଳୁନାହାଁନ୍ତି ଆତ୍ମୀୟ ସ୍ୱଜନ । ବାହାନଗା ରେଳ ଦୁର୍ଘଟଣାରେ ନିଖୋଜ ଅଛନ୍ତି ପଶ୍ଚିମବଙ୍ଗ ମାଲଦାର ୪ଜଣ । ସେମାନଙ୍କୁ ନପାଇ ହସ୍ପିଟାଲରୁ ହସ୍ପିଟାଲ ଘୁରି ବୁଲୁଛନ୍ତି ସମ୍ପର୍କୀୟ । ଥାନାରେ ଯାଇ ନିଖୋଜ ଓ ମୃତକଙ୍କ ସମ୍ପର୍କରେ ପଚରାଉଚରା କରୁଛନ୍ତି। ହେଲେ କାହାରି ମଧ୍ୟ ପତ୍ତା ମିଳୁନି। ମୋବାଇଲ୍‌ ରିଂ ହେଉଛି, ହେଲେ ଉତ୍ତର ଆସୁନି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.