ବଜାରରେ ବଢୁଛି ଇ-ସ୍କୁଟରର ଚାହିଦା, ଘରକୁ ନେଇ ଆସନ୍ତୁ ୟୁଲୁ ଓ୍ବିନ୍ ଇ-ସ୍କୁଟର

ଇଲେକଟ୍ରିକ ସ୍କୁଟରର ଚାହିଦା ବଢିବାରେ ଲାଗିଛି । ବଡ଼ ବଡ଼ ବାଇକ ନିର୍ମାତା ଏବେ ଇ-ସ୍କୁଟର ତିଆରି କରିବାରେ ଲାଗିଲେଣି । ଏହି ସ୍କୁଟରରେ ରହିଛି 51 ଭୋଲ୍ଟ ବ୍ୟାଟେରି ପାଓ୍ଵାର ପ୍ୟାକ୍‌ । ଏହାସହ ଏଥିରେ ରହିଛି 250 ଓ୍ଵାଟ ମଟର ସହ BLDC ମଟର ରହିଛି । ଏହାର ଘଣ୍ଟାପ୍ରତି ଟପ ସ୍ପିଡ ରହିଛି 24.9 କିଲୋମିଟର ।

କେନ୍ୟୁଜ୍‌(ବ୍ୟୁରୋ): ଦୁଇ ଚକିଆ ମାର୍କେଟରେ ଇଲେକଟ୍ରିକ ସ୍କୁଟରର ଚାହିଦା ବଢିବାରେ ଲାଗିଛି । ପ୍ରତ୍ୟେକ ବଡ଼ ବଡ଼ ବାଇକ ନିର୍ମାତା ଏବେ ଇ-ସ୍କୁଟର ତିଆରି କରିବାରେ ଲାଗିଲେଣି । ଏହାସହ ଅଧିକ ରେଞ୍ଜର ଇ-ସ୍କୁଟର ବଜାରକୁ ଆଣୁଛନ୍ତି । ଯାହା ପେଟ୍ରୋଲ ଚାଳିତ ଦୁଇ-ଚକିଆ ଯାନର ସ୍ଥାନ ନେଇ ପାରିବ । ଇ-ସ୍କୁଟରର ବଡ଼ ଚାଲେଞ୍ଜ ଏହାର ମାଇଲେଜ । କମ ଦାମରେ କିପରି ଅଧିକ ମାଇଲେଜର ଗାଡ଼ି ଅଣାଯାଇ ପାରିବ ସେଥିପାଇଁ ବିଭିନ୍ନ ବ୍ରାଣ୍ଡ ପ୍ରୟାସ ଜାରି ରଖିଛନ୍ତି । ସେପରି ଏକ ସ୍କୁଟର ବଜାରକୁ ଆଣିଛି ୟୁଲୁ ଓ୍ଵିନ । କମ୍ପାନୀ ପକ୍ଷରୁ କୁହାଯାଇଛି ଏହାକୁ ଗ୍ରାହକଙ୍କ ସମସ୍ତ ଆବଶ୍ୟକତାକୁ ଆଖି ଆଗରେ ରଖି ନିର୍ମାଣ କରାଯାଇଛି । ଏହି ସ୍କୁଟରକୁ ୟୁଲୁ ଆପ୍ଲିକେସନ ଜରିଆରେ ୯୯୯ ଟଙ୍କା ଦେଇ ବୁକିଂ କରାଯାଇ ପାରିବ । ତେବେ ଆସନ୍ତୁ ଏହି ସ୍କୁଟରର ଫିଚର ଉପରେ ନଜର ପକାଇବା ।

ଏହି ସ୍କୁଟରରେ ରହିଛି ହାଇ କାପାସିଟି 51 ଭୋଲ୍ଟ ବ୍ୟାଟେରି ପାଓ୍ଵାର ପ୍ୟାକ୍‌ । ଏହାସହ ଏଥିରେ ରହିଛି 250 ଓ୍ଵାଟ ମଟର ସହ BLDC ମଟର ରହିଛି । ଯାହା ଏହାର ସ୍ପିଡକୁ ବଢାଇବ । ଏହାର ଘଣ୍ଟାପ୍ରତି ଟପ ସ୍ପିଡ ରହିଛି 24.9 କିଲୋମିଟର । ଏହାସହ ଏଥିରେ ଆପଣ ଡ୍ରମ ବ୍ରେକ ପାଇ ପାରିବେ । ଏଥିରେ ଆପଣ କମ୍ବି ବ୍ରେକିଂ ସିଷ୍ଟମ ଦେଖିବାକୁ ପାଇବେ ।

ଏହାକୁ ସବୁବେଳେ ଲମ୍ବା ଯାତ୍ରା ପାଇଁ ଡିଜାଇନ କରାଯାଇଛି । ସେହିପରି ଭାବେ ଆରାମରେ ବସିବା ପାଇଁ ଏହାର ସିଟକୁ ଡିଜାଇନ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିରେ ଏକ କମ୍ପ୍ୟୁଟରାଇଜ କନସଲ ବ୍ୟବହାର ହୋଇଛି । ଏଥିରେ ୧୨ ଇଞ୍ଚର ବଡ଼ ଚକ ରହିଛି । ଏହାକୁ ରାସ୍ତାରେ ଅତି ସହଜରେ କଣ୍ଟ୍ରୋଲ କରାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।

ଏହାର ଫ୍ରଣ୍ଟରେ ରହିଛି ଟେଲିସ୍କୋପିକ ଫ୍ରୋକସ ଓ ଏହାର ରିଅରରେ ରହିଛି ସକ ଅବଜରବର ସସପେନସନ । ଖାଲ ଢିପ ରାସ୍ତାରେ ଏହି ସ୍କୁଟରରେ ସେତେଟା ଜାର୍କିଂ ହେବନାହିଁ । ଏହା ଏକ କମ ସ୍ପିଡରେ ଦଉଡୁ ଥିବା ଇ-ସ୍କୁଟର । ଏହି ଗାଡ଼ିକୁ ଚଳାଇବା ପାଇଁ ଆପଣଙ୍କୁ ଡ୍ରାଇଭର ଲାଇସେନ୍ସର ଆବଶ୍ୟକତା ପଡ଼ିବ ନାହିଁ ।

ଏହି ସ୍କୁଟରର ଏକ୍ସ ସୋରୁମ ଦାମ ରହିଛି ୫୫ ହଜାର ୫୫୫ ରହିଛି । ଏହାକୁ ଆପଣ ୬୦୦୦ ଟଙ୍କାର ଡାଉନ ପେମେଣ୍ଟ ଦେଇ ଘରକୁ ନେଇ ପାରିବେ । ଏଥିରେ ଆପଣଙ୍କୁ ମାସିକ ୧୭୫୦ ଟଙ୍କାର ଇଏମଆଇ ଦେବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.