Below header

କରମଣ୍ଡଳ ଟ୍ରେନ ଦୁର୍ଘଟଣା : ମାଲଗାଡିକୁ ଧକ୍କା ଦେବା ପରେ ମଧ୍ୟ ଚେତନ ଅବସ୍ଥାରେ ଥିଲେ କରମଣ୍ଡଳ ଡ୍ରାଇଭର ଗୁଣନିଧି ମହାନ୍ତି

କରମଣ୍ଡଳ ଟ୍ରେନ ଦୁର୍ଘଟଣାର ମୁଖସାକ୍ଷୀ ହେଉଛି କରମଣ୍ଡଳ ଟ୍ରେନ ଡ୍ରାଇଭର ଗୁଣନିଧି ମହାନ୍ତି । ଟ୍ରେନ ଦୁର୍ଘଟଣା ପରେ ଚେତାରେ ଥିଲେ ଗୁଣନିଧି । ସେ ଏବେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଓଡିଶା ବାଲେଶ୍ୱରର ବାହାନଗାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଦୃଶ୍ୟ କାହା ମନରୁ ଲିଭିନି । ଏହି ଦୁର୍ଘଟଣାରେ ୨୭୫ ଲୋକଙ୍କର ଜୀବନ ଚାଲିଯାଇଥିଲା ଏବଂ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଟ୍ରେନ ଦୁର୍ଘଟଣା କେମିତି ହେଲା ତାହା ଜଣେ ବ୍ୟକ୍ତି କହିପାରିବେ । ସେ ହେଉଛନ୍ତି କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭର ଗୁଣନିଧି ମହାନ୍ତି । ଦୁର୍ଘଟଣା ଘଟିବା ପରେ ଚେତାରେ ଥିଲେ ଗୁଣନିଧି ମହାନ୍ତି । ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସିପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ସୁସ୍ଥ ହେବା ପରେ ଗୁଣନିଧି ଦୁର୍ଘଟଣା ବିଷୟରେ କହିବେ ।

ଭାରତୀୟ ରେଳ ଦୁର୍ଘଟଣା ଇତିହାସରେ ସବୁଠୁ ତୃତୀୟ ବଡ ଦୁର୍ଘଟଣାର ସାକ୍ଷୀ ହେଉଛନ୍ତି କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭର ଗୁଣନିଧି ମହାନ୍ତି । ଗୁଣନିଧି ମହାନ୍ତି ସେଦିନ କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭର ଥିଲେ । ପଶ୍ଚିମବଙ୍ଗର ସାଲିମାରରୁ ଯାତ୍ରା ଆରମ୍ଭ କରିଥିଲା କରମଣ୍ଡଳ ଏକ୍ସପ୍ରେସ । ଟ୍ରେନରେ ସବୁ ଯାତ୍ରୀ ଆରାମରେ ବସିଥିଲେ । ହେଲେ ବାଲେଶ୍ୱର ଷ୍ଟେସନ ପରେ ବାହାନଗା ଷ୍ଟେସନକୁ ପ୍ରବେଶ କରିବା ବେଳେ ସିଗନାଲ ମେନ ଲାଇନ ବଦଳରେ ଲୁପ୍‌ ଲାଇନରେ ସିଗନାଲ ଥିଲା । ତେଣୁ ଗୁଣନିଧି ଟ୍ରେନକୁ ମେନ ଲାଇନରୁ ଲୁପ୍‌ ଲାଇନକୁ ନେଇଥିଲେ । କିନ୍ତୁ ଲୁପ୍‌ ଲାଇନରେ ଲୁହା ପଥର ବୋଝେଇ ମାଲଗାଡି ପୂର୍ବରୁ ରହିଥିଲା । ଫଳରେ ଘଣ୍ଟାପ୍ରତି ୧୨୮ କିମିରେ ଚାଲୁଥିବା କରମଣ୍ଡଳ ଏକ୍ସପ୍ରେସ ମାଲଗାଡିରେ ଧକ୍କା ହୋଇଥିଲା । ଆଉ ତା’ ପରେ ଯାହା ଘଟିଥିଲା ସମସ୍ତେ ଜାଣିଛନ୍ତି ।

ତେବେ କରମଣ୍ଡଳ ଏକ୍ସପ୍ରେସ ଡ୍ରାଇଭର ଗୁଣନିଧି ମହାନ୍ତି ଏବେ ଭୁବନେଶ୍ୱରର ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ସ୍ଥିର ରହିଛି । ତେଣୁ ଗୁଣନିଧି ଜଣେ ଭଲ ଡ୍ରାଇଭର । ଲୋକଙ୍କ କହିବାନୁସାରେ, ସେ ଜଣେ ଖୁବ୍‌ ଭଲ ଡ୍ରାଇଭର । ପୂର୍ବରୁ ଗୁଣନିଧିଙ୍କ ବୁଦ୍ଧି ଯୋଗୁଁ ପୂର୍ବରୁ ଅନେକ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି । ହେଲେ ବାହାନଗା ଷ୍ଟେସନରେ ଯେଉଁ ଦୁର୍ଘଟଣା ହୋଇଛି, ସେଥିରୁ ବଞ୍ଚିବାର ଆଉ କୌଣସି ସୁଯୋଗ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଓଡିଶାର ବାହାନଗା ଷ୍ଟେସନରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୭୫ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଅନେକ ଧନଜୀବନ ନଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ ସମସ୍ତେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବୁକିଛି କାମ ହେଉଛି । କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି । କିଭଳି ଲୋକଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ହେବ ତାହା ମଧ୍ୟ ଚେଷ୍ଟା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.