ଚୀନ ସିଚୁଆନ ପ୍ରାନ୍ତରେ ଭୟଙ୍କର ଭୂସ୍ଖଳନ ହୋଇ ୧୯ ମୃତ, ଉଦ୍ଧାର କାର୍ଯ୍ୟରେ ୧୮୦ ଯବାନ ନିୟୋଜିତ

ମୃତକମାନେ ଜିଙ୍କୟୁଆନ ମାଇନିଙ୍ଗ କମ୍ପାନୀର କର୍ମଚାରୀ ବୋଲି ଜଣା ପଡ଼ିଛି । ଯେଉଁ କ୍ଷେତ୍ରରେ ଏଭଳି ଦୁର୍ଘଟଣା ହୋଇଛି ସେହି ଅଞ୍ଚଳ ବହୁତ ଅସୁରକ୍ଷିତ କୁହାଯାଏ । ଏହା ବ୍ୟତୀତ ଇଞ୍ଜିନିୟରିଂ ମାନଙ୍କ ଭିନ୍ନ ଭିନ୍ନ ଯୋଜନା ଏବଂ ଖନନ କାର୍ଯ୍ୟ ପାଇଁ ଏଠାରେ ଏଭଳି ଭୟଙ୍କର ଭୂସ୍ଖଳନ ହୋଇଥାଏ ।

(କେନ୍ୟୁଜ ବ୍ୟୁରୋ): ଚୀନର ଦକ୍ଷିଣ-ପଶ୍ଚିମ ସ୍ଥିତ ସିଚୁଆନ ପ୍ରାନ୍ତରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏହି ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁଁ ଏହି ଭୂସ୍ଖଳନ ହୋଇଥିବା କୁହାଯାଉଛି । ଭୂସ୍ଖଳନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ୧୮୦ ଯବାନ ନିୟୋଜିତ କରାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ୩ ଜୁନ ଅର୍ଥାତ ଶନିବାର ଏଭଳି ଅଭାବନୀୟ ଘଟଣା ଲେସାନ ସହରରେ ଘଟିଥିଲା । ରବିବାର ଦ୍ୱିପ୍ରହର ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ମୃତକମାନେ ଜିଙ୍କୟୁଆନ ମାଇନିଙ୍ଗ କମ୍ପାନୀର କର୍ମଚାରୀ ବୋଲି ଜଣା ପଡ଼ିଛି । ଯେଉଁ କ୍ଷେତ୍ରରେ ଏଭଳି ଦୁର୍ଘଟଣା ହୋଇଛି ସେହି ଅଞ୍ଚଳ ବହୁତ ଅସୁରକ୍ଷିତ କୁହାଯାଏ । ଏହା ବ୍ୟତୀତ ଇଞ୍ଜିନିୟରିଂ ମାନଙ୍କ ଭିନ୍ନ ଭିନ୍ନ ଯୋଜନା ଏବଂ ଖନନ କାର୍ଯ୍ୟ ପାଇଁ ଏଠାରେ ଏଭଳି ଭୟଙ୍କର ଭୂସ୍ଖଳନ ହୋଇଥାଏ ।

ଚୀନରେ ଭୂସ୍ଖଳନ ହୋଇଥିବାର ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଚୀନ ର ଏକ କୋଇଲା ଖଣିରେ ଭୂସ୍ଖଳନ ହୋଇଥିଲା । ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସହ ଅନେକ ଲୋକ ଆହତ ହୋଇଥିଲେ । ୨୦୨୨ ଡିସେମ୍ବର ମାସରେ ଏଠାରେ ଲଗାଣ ବର୍ଷା ହୋଇ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୂସ୍ଖଳନ ବ୍ୟତୀତ ଏହି ଅଞ୍ଚଳରେ ଭୂକମ୍ପ ମଧ୍ୟ ହୋଇଥିଲା । ୨୦୦୮ ମସିହାରେ ଏଠାରେ ୭.୯ ତୀବ୍ରତାର ଭୂକମ୍ପ ଆସିଥିଲା । ଏହି ଭୟଙ୍କର ଭୂକମ୍ପରେ ୮୭ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନେକ ଲୋକ ନିଖୋଜ ଥିବା ସାମ୍ନାକୁ ଆସିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.