ଭତ୍ତା ଟଙ୍କା ଦେଲେନି ବୋଲି କଟୁରୀରେ ହାଣି ବାପାକୁ ହତ୍ୟା କଲା ପୁଅ

ସୋରୋ(କେ ନ୍ୟୁଜ): ଭତ୍ତା ଅର୍ଥ ପାଇଁ କଟୁରୀରେ ବାପାକୁ ହତ୍ୟା କଲା ପୁଅ । ସୂଚନା ଅନୁଯାୟୀ ବାପା ପାଇଥିବା ୩ ମାସର ଭତ୍ତା ଅର୍ଥକୁ ନେଇ ଚାଲିଥିଲା ବିବାଦ । ୩ ମାସରେ ପାଇଥିବା ୧୫୦୦  ଟଙ୍କା ପୁଅ ବାପାକୁ ମାଗିଥିଲା । ବାପ ଟଙ୍କା ନଦେବାରୁ ୨ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପୁଅ ଶ୍ରୀକାନ୍ତ ନାଇକ ଘରୁ ପଳାଇଆସି ରାତିରେ ବାପ ଅନାମ ନାଇକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ସେହିଠାରେ ହିଁ ଟଳି ପଡିଥିଲା ବାପା । ସକାଳେ ମଦ ପିଇ ଆସିବାପରେ ବାପାକୁ ହାଣିଥିବା ନେଇ ଶ୍ରୀକାନ୍ତ ନିଜ ମୁହଁରେ ପ୍ରକାଶ କରିଛି । ଏନେଇ ଗ୍ରାମବାସୀ ଔପଦା ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହିତ ଅଭିଯୁକ୍ତ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ନିଶାଶକ୍ତ ଅବସ୍ଥାରେ ପୁଅ ଏପରି ଘାଟଣା ଘଟାଇ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଗ୍ରାମରେ ବେପରୁଆ ଭାବରେ ମଦର ଚୋରା କାରବାର ହେଉଥିବାରୁ ଏମିତି ଅଘଟଣ ଅଧିକ ସଂଖ୍ୟାରେ ଘଟୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଯଦି ମଦ କାରବାର ବନ୍ଦ ହୁଅନ୍ତା ତେବେ ଅନେକ ନିରୀହ ବଞ୍ଚି ଯାଆନ୍ତା ବୋଲି ମଧ୍ୟ କହିଛନ୍ତି । ସାଇଣ୍ଟିଫିକ ଟିମଙ୍କ ସାହାଯ୍ୟରେ ତଦନ୍ତ ଅଧିକ କରାଯିବା ନେଇ ସୁଚନା ଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.