Below header

ଘରଠୁ ଦୁଇ କି.ମି ଦୂରରେ ଥାଇ ବି ବାପାଙ୍କ ଶେଷ ସମୟରେ ଦେଖି ପାରିଲେନି ପୁଅ

ବାଲେଶ୍ୱର (କେ ନ୍ୟୁଜ୍‌) : ଖାସ୍‌ କ୍ୟାନ୍‌ସର ପୀଡ଼ିତ ବାପାଙ୍କୁ ଦେଖିବା ପାଇଁ ଆସିଥିଲେ ଗାଁକୁ । ହେଲେ ଗାଁ ଠୁ ୨ କି.ମି ଦୂରରେ ଥାଇ ବି ବାପାଙ୍କୁ ଦେଖା କରି ପାରିଲେନି ପୁଅ । କରୋନା ଭାଇରସ୍‌ ପାଚେରୀ ହୋଇ ଠିଆ ହେଲା ବାପ-ପୁଅଙ୍କ ଭିତରେ ।

ଘଟଣା ଥିଲା ଏପରି । ନୀଳଗିରୀ ଔପଦା ବ୍ଲକ୍‌ ବାଉଁଶବଣିଆ ପଞ୍ଚାୟତର ଗୁହାଳି ଗ୍ରାମରେ ଦାମୋଦର ବେହେରାଙ୍କ ଘର । ପୁଅ ଅମୀର ବେହେରା ମୁମ୍ବାଇ ଟାଟା ମେମୋରିଆଲ୍‌ କ୍ୟାନ୍‌ସର ହସ୍‌ପିଟାଲରେ ଚାକିରି କରନ୍ତି ।

କିଛି ମାସ ତଳେ କ୍ୟାନ୍‌ସର ବାପାଙ୍କୁ ମୁମ୍ବାଇରୁ ଭଲ କରି ଆଣିଥିଲେ । କିଛି ଦିନ ପରେ ପୁଣି ବାପାଙ୍କର ବାହାରିଲା କ୍ୟାନ୍‌ସର ରୋଗ । ଏଥର ଲକ୍‌ଡାଉନ୍‌ ଯୋଗୁ ବାପାଙ୍କୁ ଆଉ ମୁମ୍ବାଇ କ୍ୟାନ୍‌ସର ହସ୍‌ପିଟାଲ ଆଣି ପାରିଲେ ନାହିଁ ।

ବହୁ ଚେଷ୍ଟା କରି ଘରକୁ ଫେରିଲେ । ହେଲେ ସରକାରଙ୍କ ନିୟମ ଅନୁଯାୟୀ ଘରକୁ ଯିବା ପୂର୍ବରୁ ତାଙ୍କୁ ନେଇଗଲେ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ । ସେଠାରେ ୧୪ ଦିନ ରହିବା ଭିତରେ ବାପା ଚାଲିଗଲେ ଆର ପାରିକୁ । ପାଖରେ ଥାଇ ବି ବାପାଙ୍କୁ ଦେଖି ପାରିଲେ ନାହିଁ ।

ଗତକାଲି ରାତିରେ ବାଲେଶ୍ୱର ମେଡ଼ିକାଲରେ ବାପା ଶେଷ ନିଃଶ୍ୱାସ ତ୍ୟାଗ କଲେ । ବାପାଙ୍କୁ ଦେଖା କରିବାକୁ ଅନୁମତି ମିଳିଲା । ହେଲେ ଅପରାହ୍ଣ ୫ଟା ସୁଦ୍ଧା କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଫେରିବାକୁ ଚୁକ୍ତି କରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.