ତିବ୍ଦତୀୟ ଶରଣାର୍ଥୀଙ୍କୁ ଔଷଧ, ମାସ୍କ, ସାନିଟାଇଜର, ଡେଟଲ ଆଦି ସାମଗ୍ରୀ ଯୋଗାଇଲା କିଟ୍ ଓ କିସ୍,

କେନ୍ୟୁଜ୍ (ବ୍ୟୁରୋ): ଲକ୍‌ଡାଉନ୍ ଯୋଗୁଁ ଅସହାୟ ଅବସ୍ଥାରେ ଥିବା ଗଜପତି ଜିଲ୍ଲା ମୋହନାରେ ତିବ୍ଦତୀୟ ଶରଣାର୍ଥୀଙ୍କୁ ସହାୟତାର ହାତ ବଢ଼ାଇଛି କିଟ୍ ଓ କିସ୍ । ସେମାନଙ୍କ ଅନୁରୋଧ ରକ୍ଷା କରି ସମାଜସେବୀ ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଔଷଧ, ମାସ୍କ, ସାନିଟାଇଜର, ଡେଟଲ ଆଦି ସାମଗ୍ରୀ ଯୋଗାଇଛନ୍ତି । ଏହାସହ ତିବ୍ଦତୀୟ ସୋସାଇଟି ଦ୍ୱାରା ପରିଚାଳିତ ହସ୍ପିଟାଲକୁ ମଧ୍ୟ ବିଭିନ୍ନ ଔଷଧ ପ୍ରଦାନ କରାଯାଇଛି । ବିପଦ ବେଳେ ସଦାସର୍ବଦା ସାଥିରେ ଥିବାରୁ ତିବ୍ଦତୀୟମାନେ ଡକ୍ଟର ସାମନ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି, ପାଞ୍ଚଆମ୍ବ, ଜିରାଙ୍ଗ ଏବଂ ମହେନ୍ଦ୍ରଗଡ଼ ଅଞ୍ଚଳରେ ବସବାସ କରନ୍ତି ତିବ୍ଦତୀୟ ଶରଣାର୍ଥୀ । ବ୍ୟବସାୟ ତଥା କୃଷି କାର୍ଯ୍ୟକରି ଏମାନେ ନିଜ ନିଜ ଜୀବିକା ନିର୍ବାହ କରିଥାନ୍ତି । ବର୍ତ୍ତମାନ ଲକ୍‌ଡାଉନ୍ ଯୋଗୁଁ କୌଣସି କାମଧନ୍ଦା ନପାଇ ଅସହାୟ ଅବସ୍ଥାରେ ଥିଲେ । ମୁଖ୍ୟତଃ ସ୍ୱାସ୍ଥ୍ୟ ସରଞ୍ଜାମ ଓ ଔଷଧ ପାଇଁ ନାନା ସମସ୍ୟା ଭୋଗୁଥିଲେ । ଶରଣାର୍ଥୀ ହୋଇଥିବାରୁ ସେମାନେ ସମସ୍ତ ସୁବିଧାରୁ ବଞ୍ଚିତ ଥିଲେ।

ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇଁ ସେମାନେ ସମାଜସେବୀ ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ । ସେମାନଙ୍କ ଅନୁରୋଧ ରକ୍ଷାକରି ଡକ୍ଟର ସାମନ୍ତ ନିଜ ଅନୁଷ୍ଠାନର କର୍ମଚାରୀଙ୍କ ଦ୍ୱାରା ତିବ୍ଦତୀୟଙ୍କ ନିକଟକୁ ଔଷଧ, ମାସ୍କ, ସାନିଟାଇଜର , ଡେଟଲ ବଳି ଅତ୍ୟାବଶ୍ୟତୀୟ ଜିନିଷ ପଦ୍ମସମ୍ଭବର ସନ୍ୟାସୀ ଜୀବନ ଜାପନ କରୁଥିବା ଶହ ଶହ ଲାମାଙ୍କୁ ଦିଆଯାଇଥିଲା। ଏହାସହ ତୀବ୍ଦତୀୟ ସୋସାଇଟି ଦ୍ୱାରା ପରିଚାଳିତ ହସ୍ପିଟାଲକୁ ମଧ୍ୟ ବିଭିନ୍ନ ଔଷଧ ପ୍ରଦାନ କରାଯାଇଥିଲା।

ସେମାନଙ୍କ ଅନୁରୋଧ ରକ୍ଷାକରି ଡ. ସାମନ୍ତ ବିଭିନ୍ନ ପ୍ରକାର ଔଷଧ ଯୋଗାଥିବାରୁ ତିବ୍ଦତୀୟମାନେ ତାଙ୍କୁ ଧନ୍ୟବାଦ ର୍ପଣ କରିଥିଲେ। ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ତିବ୍ଦତୀୟ ମାନଙ୍କୁ କିଟ୍ ଓ କିସ୍ ନୁଷ୍ଠାନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ବିପଦ ବେଳେ ସଦା ସର୍ବଦା ସାଥିରେ ଥିବାରୁ ଅନୁଷ୍ଠାନକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ତିବ୍ଦତୀୟମାନେ । ତୀବ୍ଦତୀୟ ଗୁରୁ ତଥା ସେଟେଲମେଣ୍ଟ ଅଫିସର ଆଗକୁ ମଧ୍ୟ ଡ. ସାମନ୍ତ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ ତିବ୍ଦତୀୟ ମାନଙ୍କୁ ସହଯୋଗ କରିବେ ବୋଲୱି ଆଶା ପ୍ରକଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.