ଦିନ ଦିପହରେ ଦିଲ୍ଲୀରେ ଆମ୍ବ ଠେଲାରୁ ଲୁଟି ନେଲେ ଆମ୍ବ, ପୋଲିସ ପହଞ୍ଚିଲା ବେଳକୁ ସବୁ ସଫା

ନୂଆଦିଲ୍ଲୀ : କଥାରେ ଅଛି ମାଗଣା ପାଇଲେ ଲୋକେ ଆଲକାତରା ବି ଖାଇଯିବେ । ଏଭଳି ମାନସିକତାର ଲୋକେ ଦେଶର ସବୁଠି ଅଛନ୍ତି । ତେବେ ଗତକାଲି ଦେଶର ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିଛି ଯାହା କେହି ବି ବୁଦ୍ଧିଜୀବୀଙ୍କୁ ହଇରାଣ କରିଦେଇ ପାରେ ।

ଲୋକେ ରାସ୍ତା କଡ଼ରେ ଥିବା ଆମ୍ବ ଠେଲାରୁ ଆଖି ପିଛୁଳାକେ ବୋହି ନେଇଥିଲେ ହଜାର ହଜାର ଟଙ୍କାର ଆମ୍ବ । ଘଟଣା ଥିଲା ଏପରି । ଲକ୍‌ଡାଉନ୍‌ ସମୟରେ ଛୋଟୁ ନାମକ ଜଣେ ବ୍ୟକ୍ତି ନର୍ଥ ଦିଲ୍ଲୀର ଜଗତିପୁରା ଅଞ୍ଚଳରେ ଆମ୍ବ ଠେଲା ଦେଇଥିଲେ ।

mango story

ସେଠାରୁ ଆମ୍ବ ଠେଲା ଘୁଞ୍ଚାଇବାକୁ ନେଇ ପାଟିତୁଣ୍ଡ ଲାଗିଥିଲା । ଦୋକାନୀ ପାଟିତୁଣ୍ଡରେ ବ୍ୟସ୍ତ ଥିବା ବେଳେ ବାଟରେ ଯାଉଥିବା ଲୋକ, ଅଟୋବାଲା, ବାଇକ୍‌ ଚାଳକ ଠେଲାରୁ ଆମ୍ବ ବୋହିବା ଆରମ୍ଭ କରିଦେଇଥିଲେ ।

କିଏ ବ୍ୟାଗ୍‌ରେ ତ କିଏ ହେଲ୍‌ମେଟ୍‌ ଭିତରେ ଏପରି ଚାହୁଁ ଚାହୁଁ ଠେଲାକ ଆମ୍ବ ଆଖି ପିଛୁଳାକେ ବୋହି ନେଲେ । ଏହି ଭିଡ଼ିଓଟି ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି । ଠେଲା ବାଲା ତାଙ୍କର ୩୦ ହଜାର ଟଙ୍କାର ଆମ୍ବ ଲୋକେ ଲୁଟି ନେଇଥିବା ପୋଲିସରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.