ଦାଦନ ଖଟିବାର କରୁଣ ପରିଣତି, ଅଫେରା ରାଇଜକୁ ଚାଲିଗଲା ପୁଅ

ନିଜର ତଥା ପରିବାର ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ଜଣେ ଶ୍ରମିକ କିନ୍ତୁ ଫେରିଲା ତାଙ୍କ ମୃତ ଶରୀର । ଏବେ ଘରକୁ ଚଳାଇବ କିଏ ? ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଥାନା କର୍ଲ୍ଲାମାଲ ଗାଁରେ ।

ପେଟ ପାଇଁ ଚାଲିଛି ସବୁ ନାଟ । ଲୋକେ ନିଜ ପରିବାର ଚଳାଇବା ପାଇଁ କେତେ କଣ କଷ୍ଟ କରୁଛନ୍ତି । ନିଜ ପରିବାର ଲୋକଙ୍କ ପେଟରେ ଦାନା ମୁଠେ ଦେବା ପାଇଁ ନିଜ ଘର ଛାଡ଼ି ବହୁ ଦୂରକୁ ଚାଲି ଯାଉଛନ୍ତି । କିନ୍ତୁ ସମୟ କେତେବେଳେ ଯେ ବଦଳି ଯିବ ତାହା କେହି କହି ପାରିବେ ନାହିଁ । ଘର ଲୋକେ କାହାକୁ ବା କଣ କହିବେ । ନିଜ ଦୁଃଖକୁ ନିଜେ ଆଦରି ନେଇଛନ୍ତି । କାରଣ ଘରର ପୁଅ ଏବେ ଅଫେରା ରାଇଜକୁ ଚାଲି ଯାଇଛି ।

ନିଜର ତଥା ପରିବାର ଲୋକଙ୍କ ଭୋକ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ଜଣେ ଶ୍ରମିକ କିନ୍ତୁ ଫେରିଲା ତାଙ୍କ ମୃତ ଶରୀର । ଏବେ ଘରକୁ ଚଳାଇବ କିଏ ? ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଥାନା କର୍ଲ୍ଲାମାଲ ଗାଁରେ । କର୍ଲ୍ଲାମାଲ ଗାଁ ଗଜାନନ୍ଦ ସଣ୍ଢା ବେଲପଡା ଅଞ୍ଚଳର ଜଣେ ଦାଦନ ସର୍ଦାରଙ୍କ ସହିତ ବିଜୟନଗରମ କୁ ଇଟା ଗଢିବା ପାଇଁ ଯାଇଥିଲେ । ସେଠାରେ ହଠାତ ତାଙ୍କ ଦେହ ଖରାପ ହୋଇଥିଲା । ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦାଦନ ସର୍ଦାର ଉପାୟ ନପାଇ ଶ୍ରମିକଙ୍କ ଶବ ଆଣି ଗାଁରେ ପହଞ୍ଚିଥିଲେ । ଘରର ଏକମାତ୍ର ରୋଜଗାର କରୁଥିବା ପୁଅର ମୃତ୍ୟୁ ପରେ ଏବେ ଅନାଥ ହୋଇଯାଇଛି ପୁରା ପରିବାର । ପରିବାରର ସମସ୍ତ ସଦସ୍ୟଙ୍କୁ ଏବେ ଚିନ୍ତା ଘାରିଛି ପେଟ ପୋଷିବେ କିପରି ?

ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ସେମାନେ କେବଳ ନିଜ ପରିବାର ପେଟରେ ଦାନା ଦେବା ପାଇଁ ପରିବାରକୁ ଛାଡ଼ି ବହୁ ଦୂରକୁ ଯାଆନ୍ତି କିନ୍ତୁ ଶେଷରେ ଫେରିି ଆସନ୍ତି ଶବ ହୋଇ । ଯଦି ଏମାନଙ୍କ ପାଇଁ ରାଜ୍ୟରେ ହିଁ କିଛି ରୋଜଗାର ମିଳନ୍ତା ତେବେ ଏମାନେ ହୁଏତ ଏଭଳି କଷ୍ଟ କରି ରାଜ୍ୟ ବାହାରକୁ ଯାଆନ୍ତେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.