ବ୍ୟସ୍ତ ବହୁଳ ଜୀବନରେ ପିଲାମାନଙ୍କୁ ସମୟ ଦେଇପାରୁନାହାନ୍ତି କି ? ଭଲ ସମ୍ପର୍କ ଗଢିବା ପାଇଁ ଆପଣାନ୍ତୁ ଏହି ଉପାୟରେ

ପିତାମାତା ତାଙ୍କ ବ୍ୟସ୍ତ ବହୁଳ ଜୀବନରେ ନିଜ ପିଲାଙ୍କୁ ସମୟ ଦେଇପାରୁନାହାଁନ୍ତି । ଏହି କାରଣରୁ ପିଲାମାନେ ପ୍ରାୟତଃ ଏକା ରହୁଛନ୍ତି । ସେଥିପାଇଁ ପିଲାମାନେ ତାଙ୍କ ପିତାମାତାଙ୍କ ସହ ଭଲ ସମ୍ପର୍କ ଗଢିପାରୁ ନାହାନ୍ତି । ଏପରି ପରିସ୍ଥିତିରେ ପିଲାମାନେ ବହୁତ ଜିଦ୍‌ଖୋର ହୋଇଯାଉଛନ୍ତି କିମ୍ବା ଚୁପ୍‌ଚାପ୍‌ ହୋଇ ଯାଉଛନ୍ତି ।

ବର୍ତ୍ତମାନ ସମୟରେ ଅଧିକାଂଶ ପିତାମାତା ବାହାରେ କାମ କରୁଛନ୍ତି । ଏହି କାରଣରୁ ପିଲାମାନେ ପ୍ରାୟତଃ ଏକା ରହୁଛନ୍ତି । ସେଥିପାଇଁ ପିଲାମାନେ ତାଙ୍କ ପିତାମାତାଙ୍କ ସହ ଭଲ ସମ୍ପର୍କ ଗଢିପାରୁ ନାହାନ୍ତି । ଏପରି ପରିସ୍ଥିତିରେ ପିଲାମାନେ ବହୁତ ଜିଦ୍‌ଖୋର ହୋଇଯାଉଛନ୍ତି କିମ୍ବା ଚୁପ୍‌ଚାପ୍‌ ହୋଇ ଯାଉଛନ୍ତି । ଏହି କାରଣରୁ କିଛି ପିଲା ମଧ୍ୟ ଡିପ୍ରେସନ୍‌ ଭଳି ଗୁରୁତର ମାନସିକ ରୋଗରେ ପଡି ଯାଉଛନ୍ତି । ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କିଛି ଏପରି ପରାମର୍ଶ ଦିଅନ୍ତି, ଯାହାକୁ ଆପଣ ଫଲୋ କରି ନିଜ ପିଲାମାନଙ୍କ ସହିତ ଏକ ଭଲ ଏବଂ ଦୃଢ ସମ୍ପର୍କ ତିଆରି କରିପାରିବେ । ଯାହାଦ୍ୱାରା ଆପଣଙ୍କ ପିଲାମାନେ ଆଗକୁ ଯାଇ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଏବଂ ପିଲାମାନେ ଆପଣଙ୍କ ସହ ସବୁ କିଛି ସେୟାର କରିବାକୁ ଆରମ୍ଭ କରିବେ ।

ଏହି ଉପାୟରେ ପିଲାମାନଙ୍କ ସହିତ ଭଲ ସମ୍ପର୍କ ତିଆରି କରନ୍ତୁ :
ପିଲାମାନଙ୍କ ସହିତ ଫ୍ରେଣ୍ଡ ଭଳି ରୁହନ୍ତୁ :
ସର୍ବପ୍ରଥମେ ସର୍ବଦା ନିଜ ପିଲାଙ୍କ ପାଇଁ ଆପଣ ଏକ ଭଲ ବନ୍ଧୁ ପରି ହୁଅନ୍ତୁ । ଅଫିସରୁ ଆସିବା ପରେ ସର୍ବପ୍ରଥମେ ସେମାନଙ୍କୁ ଭେଟି ସେମାନଙ୍କ ପୂରା ଦିନର କାର୍ଯ୍ୟ ବିଷୟରେ ଜାଣନ୍ତୁ । ଆପଣ ଏପରି କରିବା ଦ୍ୱାରା ପିଲାମାନେ ଆପଣଙ୍କ ସହ ସବୁ କିଛି ସେୟାର କରିବାକୁ ଆରମ୍ଭ କରିବେ ଏବଂ ଆପଣ ଜଣେ ଭଳ ଫ୍ରେଣ୍ଡ ହୋଇପାରିବେ । ଏହା ବ୍ୟତୀତ ଯଦି ପିତାମାତା ତାଙ୍କ ପିଲାଙ୍କର ଏକ ଭଲ ଫ୍ରେଣ୍ଡ ହୋଇପାରିବେ, ତାହେଲେ ପିଲାମାନେ ତାଙ୍କର ସବୁ ଭଲ ଏବଂ ଖରାପ କଥା ଆପଣଙ୍କ ସହ ବାଣ୍ଟି ପରିବେ ।

ଖରାପ ଶବ୍ଦ ବ୍ୟବହାର କରନ୍ତୁ ନାହିଁ :
ଅନେକ ପିତାମାତା ନିଜ ପିଲାମାନଙ୍କୁ ଗାଳିଗୁଲଜ କରିବା କିମ୍ବା ମାରିବା ସମୟରେ ଖରାପ ଭାଷା ବ୍ୟବହାର କରନ୍ତି । ଯାହା ପିଲାମାନଙ୍କ ମନରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ପିଲାମାନଙ୍କ ସାମ୍ନାରେ କ୍ରୋଧରେ ଭୁଲ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ଏହା ବ୍ୟତୀତ ଯଦି ପିଲାମାନେ କିଛି ଭୁଲ କରୁଛନ୍ତି ତାହେଲେ ତାଙ୍କୁ ବୁଝାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ପିଲା ଆପଣଙ୍କ ସହ ଏକ ଭଲ ସମ୍ପର୍କ ଗଢି ପାରିବେ । ଏହା ସହ କୌଣସି ଭୁଲ ରାସ୍ତାକୁ ଯିବେ ନାହିଁ ।

ସମୟ ବାହାର କରି ପିଲାମାନଙ୍କ ସହ ଖେଳିବାକୁ ଚେଷ୍ଟା କରନ୍ତୁ :
ଯଦି ଆପଣ ନିଜ ପିଲାମାନଙ୍କ ସହିତ ଏକ ଭଲ ସମ୍ପର୍କ ଗଢିବାକୁ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସମୟ ବାହାର କରନ୍ତୁ ଏବଂ ସେମାନଙ୍କ ସହିତ ଖେଳନ୍ତୁ । ଆପଣ ସେମାନଙ୍କ ସହିତ ଲୁଡୁ, ଚେସ୍, ଟେବୁଲ୍ ଟେନିସ୍, ଫୁଟବଲ୍ କିମ୍ବା ଅନ୍ୟ କୌଣସି ଖେଳ ଖେଳିପାରିବେ । ଏହି ପରି ଭାବେ ପିଲାଟି ଆପଣଙ୍କ ସହିତ ଏକ ଭଲ ସମ୍ପର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ଏବଂ ଆପଣ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବହୁତ ଦୃଢ ହେବ । ଏହା ପିଲାମାନଙ୍କର ମସ୍ତିଷ୍କକୁ ଭଲ କରିବ ଏବଂ ସେମାନେ ଖୁସି ରହିବେ ।

ପିଲାମାନଙ୍କୁ କାହାଣୀ ଶୁଣାନ୍ତୁ :
ରାତିରେ ଶୋଇବା ପୂର୍ବରୁ ପିଲାମାନଙ୍କୁ କିଛି ଭଲ କାହାଣୀ ଶୁଣାନ୍ତୁ । କାହାଣୀ ଶୁଣାଇବା ଦ୍ୱାରା ପିଲାଟି ଭଲ ବାଟରେ ରହିବ ଏବଂ ରାତିରେ ଶୀଘ୍ର ନିଦ ମଧ୍ୟ ହୋଇଯିବ । କାହାଣୀ ମାଧ୍ୟମରେ ପିଲାମାନେ ସେମାନଙ୍କ ପିତାମାତାଙ୍କ ସହିତ ଏକ ଭଲ ସମ୍ପର୍କ ଗଠନ କରନ୍ତି । ଏହା ମଧ୍ୟ ସର୍ବୋତ୍ତମ ପଦ୍ଧତି ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ପିଲାଙ୍କୁ ଆପଣ କେବେବି ନିଜ ଇଚ୍ଛା ଅନୁସାରେ କାମ କରାନ୍ତୁ ନାହିଁ । ଏହା ସହ ତାଙ୍କ ପସନ୍ଦ ଏବଂ ନାପସନ୍ଦକୁ ମଧ୍ୟ ଧ୍ୟାନ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ନିଜ ପିଲା ସହିତ ଏକ ଭଲ ସମ୍ପର୍କ ତିଆରି ହୋଇପରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.