ଆସନ୍ତା ୬ରୁ ଭିତରକନିକାରେ ବିଦେଶାଗତ ପକ୍ଷୀ ଗଣନା
ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ ବିଦେଶାଗତ ପକ୍ଷୀ ଗଣନା । ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯିବ ।

ରାଜନଗର (କେନ୍ୟୁଜ): ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ ବିଦେଶାଗତ ପକ୍ଷୀ ଗଣନା । ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯିବ । ଏନେଇ ୫ ତାରିଖରେ ଗୁପ୍ତି ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ଶିବିରରେ ପକ୍ଷୀ ବିଶାରଦ ମାନେ ଯୋଗ ଦେବେ ।
ଭିତରକନିକା, କାଳିଭଞ୍ଜଡିଆ ,ସାତଭାୟା,ରାଜନଗର,ଚିଞ୍ଚିରି ମୁହାଣ ,ଧାମରା ମୁହାଣ ଓ ପାରାଦୀପ ଆଦି ସ୍ଥାନ ମାନଙ୍କ ରେ ବିଦେଶାଗତ ପକ୍ଷୀ ଗଣନା କରାଯିବ। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ସଂଖ୍ୟକ ବିଦେଶାଗତ ପକ୍ଷୀ ମାନଙ୍କ ଗଣନା କରାଯିବା ନେଇ ଆକଳନ କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି ।