ମୟୂରଭଞ୍ଜ: ନାତି ପାଇଁ ପ୍ରଥମାଷ୍ଟମୀ ଡ୍ରେସ୍‌ ନେଇ ଯାଇଥିଲେ ଅଜା ହେଲେ ଜ୍ବାଇଁର କଟୁରୀ ଚୋଟରେ ଚାଲିଗଲା ଜୀବନ

ମୟୁରଭଞ୍ଜ(କେନ୍ୟୁଜ୍): ଜ୍ବାଇଁ ନେଇଗଲା ଶ୍ବଶୁର ଜୀବନ। ନାତି ପାଇଁ ଅଷ୍ଟମୀ ଭାର ନେଇ ଯାଇଥିବା ବେଳେ ଶ୍ବଶୁରଙ୍କୁ କଟୁରୀରେ ଆକ୍ରମଣ କଲା ଜ୍ବାଇଁ। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଖୁଣ୍ଟାପୁର ଗ୍ରାମରେ ଘଟିଛି ଏହି ଘଟଣା। ମୃତ ଶ୍ବଶୁର  ହେଲେ ସେହି ବୈଶିଙ୍ଗା ଥାନା ଗିରିପଦା ଗ୍ରାମର ୫୫ ବର୍ଷୀୟ ରମେଶ ସିଂ ।

ହତ୍ୟାକାଣ୍ଡ ଘଟାଇବା ପରେ  ଅଭିଯୁକ୍ତ ଜ୍ବାଇଁ ରାଜୁ ସିଂ ଫେରାର ହୋଇଯାଇଛି । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ  ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.