ରାଉରକେଲା: ପିଶାଚ ପୁଅର ଜଘନ୍ୟ କାଣ୍ଡ, ଜମି ବିବାଦକୁ କେନ୍ଦ୍ର କରି ବାପା ମା’କୁ ଶିଳପୁଆରେ ଛେଚି ହତ୍ୟା କଲା ପୁଅ

ରାଉରକେଲା(କେନ୍ୟୁଜ୍): ପିଶାଚ ପୁଅର ଜଘନ୍ୟ କାଣ୍ଡ,ଶିଳପୁଆରେ ଛେଚି ବାପାମାକୁ ହତ୍ୟା କଲା ପୁଅ। ବିଶ୍ରା ଥାନା ବିଶପୁର ସିଂ ଟୋଲା ଗାଁରେ ଘଟିଛି ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ।୪୦ ବର୍ଷୀୟ ଜୟ ସିଂ ନାମକ କୁଳାଙ୍ଗାର ପୁଅ ନିଜ ୭୦ବର୍ଷର ବାପା ମନବୋଧ ସିଂ ଓ ୫୯ ବର୍ଷୀୟ ମା’ ଲୀଳାବତୀଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଛି।

ଜମି ବିବାଦକୁ କେନ୍ଦ୍ର କରି ବାପା ମା’କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି। ହତ୍ୟାକାରୀ ପୁଅ ଜୟସିଂକୁ ଅଟକ ରଖିଛି ପୋଲିସ। ହତ୍ୟା ବେଳେ ଅଟକାଇ ଥିଲେ ଜୟସିଂଙ୍କ ତାଙ୍କ ସ୍ତ୍ରୀ। କିନ୍ତୁ ଜୟସିଂ ମାଡ ମାରି ମଧ୍ୟ ଆହତ କରିଥିଲା ଜୟ ସିଂ। ବର୍ତ୍ତମାନଙ୍କ ତାଙ୍କୁ ବିଶ୍ରା ଡାକ୍ତର ଖାନାରେ ଚିକିତ୍ସିତ କରାଯାଇଛି। ଏହି ଘଟଣାରେ  ସାନପୁଅ ସୁନୀଲ ସିଂ ବିଶ୍ରା ଥାନାରେ ଅଭିଯୋଗ କରିବା ପରେ ପୋଲିସ  ତଦନ୍ତ ଆରମ୍ଭ କରିଛି ।

 

You might also like