ବଜାରକୁ ମାଂସ ଆଣିବାକୁ ଯାଇ ଆଉ ଫେରିନି ନିରଞ୍ଜନ, ବାପା ମା କାନ୍ଦି କାନ୍ଦି ନୟାନ୍ତ

ଆନନ୍ଦପୁର (କେନ୍ୟୁଜ୍‌) : ପୁଅ ବଜାରକୁ ମାଂସ ଆଣିବାକୁ ଯାଇଥିଲା ଯେ ଆଉ ଫେରି ନାହିଁ । ଘଟଣାକୁ ଦଶ ଦିନ ହେଲାଣି ମା ଖାଲି କାନ୍ଦୁଛି । ନିଖୋଜ ପୁଅକୁ ଉଦ୍ଧାର ପାଇଁ ବାହୁନି କାନ୍ଦୁଛି ମା।

ଆନନ୍ଦପୁର ପୌରପରିଷଦ ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ଶୈଲଙ୍ଗ ଗାଁର କୃଷ୍ଣଚନ୍ଦ୍ର ଖଟୁଆଙ୍କ ପୁଅ ନିରଞ୍ଜନ । ୨୦ ବର୍ଷୀୟ ପୁଅ ୧୦ ଦିନ ତଳେ ବଜାରକୁ ମାଂସ ଆଣିବାକୁ ସାଇକେଲ ଯୋଗେ ଯାଇଥିଲା । ତା ପରଠାରୁ ନିରଞ୍ଜନ ନିଖୋଜ ଅଛି । ପୁଅର ଫୋଟୋ ଧରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୁରାକ ମିଳି ନାହିଁ।

NIRANJAN-2

କୃଷ୍ଣଚନ୍ଦ୍ର ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ଥାନାରେ ଏନେଇ ଅଭିଯୋଗ ମଧ୍ୟ କରାଯାଇଛି। ପୁଅର ଫେରିବା ବାଟକୁ ଅନାଇ ମା କାନ୍ଦି କାନ୍ଦି ନୟାନ୍ତ ହେଲାଣି। ତୁରନ୍ତ ପୋଲିସ ପ୍ରଶାସନ ନିଖୋଜ ନିରଞ୍ଜନକୁ ଖୋଜି ଆଣିବାକୁ ଦାବି ହେଉଛି। ଅନ୍ଯ ପକ୍ଷରେ ଯଦି କେହି ସହୃଦୟ ବ୍ଯକ୍ତି ନିରଞ୍ଜନଙ୍କୁ ଦେଖନ୍ତି 7682931439 ମୋବାଇଲ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର ବର୍ଗ।