କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ଦକ୍ଷିଣ ଏସିଆ ଯୋଗାଯୋଗ ଆଲୋଚନାଚକ୍ର

ଭୁବନେଶ୍ବର(କେନ୍ୟୁଜ୍):  ‘ଦକ୍ଷିଣ ଏସିଆରେ ସାମ୍ବାଦିକତା ଶିକ୍ଷା:୧୦୦ ବର୍ଷରେ ଦୃଷ୍ଟାନ୍ତ’ ଶୀର୍ଷକ ଦକ୍ଷିଣ ଏସିଆ ଯୋଗାଯୋଗ ଆଲୋଚନାଚକ୍ର କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି । ଡିସେମ୍ବର ୧୯ ଓ ୨୦ ଦୁଇଦିନ ଧରି କିଟ୍‌ ସ୍କୁଲ ଅଫ୍‌ ମାସ୍‌ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦକ୍ଷିଣ ଏସିଆ ଯୋଗାଯୋଗ ଆଲୋଚନାଚକ୍ରର ଉଦଘାଟନୀ କାଯ୍ୟର୍କ୍ରମରେ ନୂଆଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର କଲଚର କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ ଦାସ, କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନରଂଜନ ମହାନ୍ତି, କିଟ୍‌ ସ୍କୁଲ ଅଫ ମିଡିଆ ଓ ଗଭର୍ଣ୍ଣାନ୍ସ ଅଫ୍‌ ମାସ୍‌ କୁମ୍ୟୁନିକେସନର ମୁଖ୍ୟ କାଯ୍ୟର୍ନିର୍ବାହୀ ଅଧିକାରୀ ପ୍ରଫେସର ହିମାଂଶୁ ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ସାମ୍ବାଦିକତା ଶିକ୍ଷା ଏବଂ ସାଂପ୍ରତିକ ପରିସ୍ଥିତିରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଫେସର ଦାସ କହିଲେ ଉପଯୁକ୍ତ ପ୍ଲାଟଫର୍ମ ଅଭାବ ଯୋଗୁଁ ଗଣଯୋଗାଯୋଗ ଓ ସାମ୍ବାଦିକତା ଶିକ୍ଷା ଉପରେ ଯଥେଷ୍ଟ ଆଲୋଚନା ,ପଯ୍ୟର୍ାଲୋଚନା କର୍ମଶାଳା ହୋଇପାରୁନାହିଁ । ଅନ୍ୟପକ୍ଷରେ ଭାରତରେ ଅନୁଷ୍ଠିତ ହେଉଥିବା ଅନ୍ୟାନ୍ୟ ଜାତୀୟ ଆଲୋଚନାଚକ୍ର, ସମ୍ମିଳନୀଗୁଡ଼ିକରେ ବ୍ୟବସ୍ଥିତ ଢଙ୍ଗରେ ଏହି ସବୁ ଆଲୋଚନ, ପର୍ଯ୍ୟାଲୋଚନା, କର୍ମଶାଳାଗୁଡ଼ିକ ହୋଇପାରୁଛି । ଆମେ ଏବେ ଗୁଗୁଲ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ପଡିଛୁ। ସାମ୍ବାଦିକତା ଶିକ୍ଷାର ବିକାଶ ପାଇଁ ସେଭଳି ଆଲୋଚନା, ପର୍ଯ୍ୟାଲୋଚନା, କର୍ମଶାଳା ଅନୁଷ୍ଠିତ ହେବା ଉଚିତ । ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଅଧ୍ୟାପନା କରୁଥିବା ଅଧ୍ୟାପକମାନେ ଉପଯୁକ୍ତ ଶୈଳୀ, ସାମ୍ବିଦିକ ଶିକ୍ଷାର ବିକାଶକୁ ଗ୍ରହଣ କରିବା ଉଚିତ ବୋଲି ପ୍ରଫେସର ଦାସ କହିଥିଲେ।

ସାମ୍ବାଦିକତା ଓ ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ କିଟ୍‌ ବିଶ୍ୱବିଦ୍ୟାଳୟ ଏବେ ସମସ୍ତଙ୍କର ପସନ୍ଦଯୋଗ୍ୟ ଅନୁଷ୍ଠାନରେ ପରିଣତ ହୋଇ ପାରିଛି ବୋଲି ପ୍ରଫେସର ଖଟୁଆ କହିଥିଲେ । ପ୍ରଫେସର ମହାନ୍ତି ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ଅଭିନନନ୍ଦନ ଜଣାଇ କହିଲେ, ଅର୍ଥନୈତିକ, ସାମାଜିକ ଓ ଐତିହାସିକ ଦିଗକୁ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଏଭଳି ସମ୍ମିଳନୀ ଆୟୋଜନ କରାଯିବା ଯଥେଷ୍ଟ ଗୁରୁତ୍ୱ ବହନ କରେ। ଏହି ଅବସରରେ କିଟ୍‌ ସ୍କୁଲ ଅଫ୍‌ ମାସ କମ୍ୟୁନିକେସନ୍‌ର ପ୍ରଫେସର ବି.ବି.ଦାସ ସମ୍ମିଳନୀର ବିଷୟବସ୍ତୁ ଉପରେ ଆଲୋକପାତ କରିଥିବା ବେଳେ ସହକାରୀ ପ୍ରଫେସର ରୁବି ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସମ୍ମିଳନୀରେ ଦକ୍ଷିଣ ଏସିଆର ବିଭିନ୍ନ ଦେଶରୁ ୨୪ ରୁ ଅଧିକ ବିଶିଷ୍ଟ ଗଣଯୋଗାଯୋଗ ଓ ସାମ୍ବାଦିକତା ବିଶେଷଜ୍ଞ ଓ ପ୍ରଫେସର ଯୋଗ ଦଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.