ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ! ରାସ୍ତା ଘାଟ ବନ୍ଦ, ଉଛୁଳୁଛି ନଈ ନାଳ

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା । ତିନି ଦିନର ବର୍ଷାରେ ସ୍ଥିତି ବେହାଲ୍‌ । ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । କିଛି ସ୍ଥାନରେ ଲୋକଙ୍କ ଘରେ ପଶିଛି ବର୍ଷା ପାଣି । ବ୍ରିଜ୍‌ ଉପରେ ପ୍ରବାହିତ ହୋଇଛି । ଚାଷ ଜମି ବି ଜଳମଗ୍ନ ହୋଇଛି । ଇନ୍ଦ୍ରାବତୀ, ଭସ୍କେଲ, ଟୁରୀ, ଅଙ୍ଗୀ ନଦୀ ସମେତ ଅନ୍ୟାନ୍ୟ ନାଳଗୁଡିକରେ ବଢ଼ିଛି ଜଳସ୍ତର । ବର୍ଷାରେ ପ୍ରଭାବିତ ହୋଇଛି ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକ । କୋଷାଗୁମୁଡ଼ା ବ୍ଲକର ଘାଟବାସୁଲି ଗାଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ୭୦ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ସଂଗମସ୍ଥଳ କୋଷାଗୁମୁ଼ଡା ବ୍ଲକ୍ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ୬ଟି ପଞ୍ଚାୟତର ୧୪ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇରହିଛି । ୧୬୫ ମିଲିମିଟର ବର୍ଷା ପରେ ଘରେ ଘରେ ପାଣି ପଶିଲାଣି । ଯଦିଓ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ତେବେ ବେସରକାରୀ ଭାବେ ଶହେରୁ ଅଧିକ କଚାଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ରାଇଘର ବ୍ଲକ୍ କୁବଢ଼ାଡିହି ଗାଁରେ ଆଜି ସକାଳେ କାନ୍ଥ ପଡ଼ି ଜଣେ ୯ ବର୍ଷର ବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.