ନଭେମ୍ବର ଓ ଡିସେମ୍ବରରେ ରାଜ୍ୟରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍‌, କଡ଼ାକଡ଼ି ଚେକିଂ ନେଇ STA ଅତିରିକ୍ତ କମିଶନରଙ୍କ ସୂଚନା

ଭୁବନେଶ୍ୱର(କେନ୍ୟୁଜ୍): ନଭେମ୍ବର ଓ ଡିସେମ୍ବରରେ ରାଜ୍ୟରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ରାଜ୍ୟରେ ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ଦୁର୍ଘଟଣା ଘଟିଥାଏ । ଏଥିପାଇଁ ନଭେମ୍ବର ୧ରୁ ଆରମ୍ଭ ହୋଇଛି ୨ ମାସର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଏନଫୋର୍ସମେଣ୍ଟ ଡ୍ରାଇଭ୍‌ଗୁଡିକ ହେଲମେଟ ଚେକିଂ, ସିଟ ବେଲ୍ଟ ଚେକିଂ, ମଦ୍ୟପ ଡ୍ରାଇଭିଂ, ଦ୍ରୁତଗତି ଡ୍ରାଇଭିଂ, ଡ୍ରାଇଭିଂ ବେଳେ ମୋବାଇଲ ବ୍ୟବହାର, ନାବାଳକ ଡ୍ରାଇଭିଂ, ଭୁଲ ପାର୍ଶ୍ୱ ଡ୍ରାଇଭିଂ, ବିନା ଲାଇସେନ୍ସରେ ଗାଡି ଚାଳନା, ଗାଡିର ଫିଟନେସ ଆଦିର କଡାକଡି ଚେକିଂ କରିବେ ।

ଶୀତ ଦିନରେ ଅଧକ କୁହୁଡି ଯୋଗୁଁ ଦୁର୍ଘଟଣା ହେଉଥିବାରୁ ଏହି ୨ମାସ ଚେକିଂ କଡାକଡି କରାଯିବ । ଏନେଇ ଏକ ପ୍ରେସ୍‌ ମିଟ୍‌ରେ ଅତିରିକ୍ତ କମିଶନର ପରିବହନ, ଏନଫୋର୍ସମେଣ୍ଟ ଆଣ୍ଡ ସଡ଼କ ସୁରକ୍ଷା ଅଧିକାରୀ ଶ୍ରୀ ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଦୁଘଟେଣା ପ୍ରବଣ ଜୋନ୍‌, ଜାତୀୟ ରାଜପଥ ଏବଂ ରାଜ୍ୟପଥର ପ୍ରମୁଖ ଜଙ୍କସନ ନିକଟରେ ପୋଲିସ୍‌ ସହିତ ମିଳିତ ଭାବେ ଲହି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍‌ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.