ସାଥ୍ ଦେଲା ଭାଗ୍ୟ: ୬୦ ଜଣଙ୍କ ଜୀବନ ବଞ୍ଚାଇ ଦେବଦୂତ ପାଲଟିଗଲେ ନଇମ, ହେଲେ ରହିଗଲା ଗୋଟେ ଅବଶୋଷ

ଅହମଦାବାଦ: ଗୁଜରାଟ ମୋରବୀର ମଚ୍ଛୁ ନଦୀରେ ଝୁଲା ପୋଲ ଛିଣ୍ଡିିବା ଘଟଣାରେ ମୃତ୍ୟୁ ସଂଖା ୧୪୧କୁ ବୃଦ୍ଧି ପାଇଛି । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ବିଭିନ୍ନ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି। ମୋରବୀ ବ୍ରିଜ୍ ଦୁର୍ଘଟଣାରେ କମ୍ପାନୀ ଓରେଭା ମ୍ୟାନେଜର ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅନ୍ୟମାନଙ୍କ ମଧ୍ୟରେ ଟିକେଟ୍ କଲେକ୍ଟର, ବ୍ରିଜ୍ ମରାମତି କରିଥିବା କଣ୍ଟ୍ରାକ୍ଟର ଓ ୩ ଜଣ ସିକ୍ୟୁରିଟି ଗାର୍ଡ ।
ତେବେ ମୋରବୀ ଝୁଲାପୋଲ ଭୁଶୁଡ଼ି ପଡ଼ିବା ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଯେଉଁମାନଙ୍କର ଭାଗ୍ୟ ସେଦିନ ସାଥ ଦେଇଥିଲା ସେମାନେ ବର୍ତ୍ତି ଯାଇଛନ୍ତି। ତାଙ୍ ଭିତରେ ଅଛନ୍ତି ନଇମ ଶେଖ ନାମକ ଜଣେ ଯୁବକ । ଯିଏ ଏହି ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଛନ୍ତି। ହେଲେ ସବୁଠାରୁ ବଡ କଥା ନଇମ ଖାଲି ନିଜ ଜୀବନ ବଞ୍ଚାଇଛନ୍ତି ତାହା ନୁହେଁ ଦୁର୍ଘଟଣା ପରେ ନଇମ ପାଲଟିଯାଇଛନ୍ତି ହିରୋ। ନଇମ ଶେଖ ପୋଲ ଭୁଶୁଡ଼ିବା ସମୟରେ ପୋଲ ଉପରେ ଥିଲେ। ତାଙ୍କ ସହିତ ଥିଲେ ୫ସାଙ୍ଗ। ପୋଲ ଛିଡିବା ପରେ ସଭିଏ ନଦୀଗର୍ଭକୁ ଖସି ଯାଇଥିଲେ। କିନ୍ତୁ ପହଁରା ଜାଣିଥିବାରୁ ନଇମ ନିଜର ବଞ୍ଚାଇବାରେ ସଫଳ ହୋଇଥିଲେ।
ତେବେ ନଇମ କେବଳ ନିଜ ଜୀବନ ବଞ୍ଚାଇନାହାନ୍ତି। ସେ ତାଙ୍କର ଜଣେ ବନ୍ଧୁଙ୍କ ସହଯୋଗରେ ପାଖାପାଖି ୫୦-୬୦ ଲୋକଙ୍କ ଜୀବନ ବଞ୍ଚାଇଥିବା ନେଇ ସୂଚନା ମିଳିଛି। ନଇମ ଏବେ ମୋର୍ବି ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ ଏବଂ ତାଙ୍କର ୫ ଜଣ ସାଙ୍ଗ ବ୍ରିଜ୍ ଉପରେ ଥିବାବେଳେ ବ୍ରିଜ୍ଟି ଭୁଶୁଡ଼ି ପଡ଼ିଥିବାବେଳେ, ସୌଭାଗ୍ୟବଶତଃ ୫ ଜଣ ବଞ୍ଚି ଯାଇଥିଲେ। କିନ୍ତୁ ତାଙ୍କର ଅନ୍ୟ ଜଣେ ସାଙ୍ଗଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ନଇମ ଏତେ ଲୋକଙ୍କୁ ବଞ୍ଚାଇ ଥିଲେ ବି ନିଜ ସାଙ୍ଗକୁ ବଞ୍ଚାଇ ପାରିନଥିବାରୁ ସେ ଖୁବ୍ ଭାଙ୍ଗିପଡିଥିବା କହିଛନ୍ତି।
Also Read: https: ଏମିତି ଦୁଃଖ ଭଗବାନ କାହାକୁ ନଦିଅନ୍ତୁ: ଗୁଜରାଟ ବ୍ରିଜ୍ ଟ୍ରାଜେଡିରେ ଛାତିଫଟା କାହାଣୀ, ହାତ ଧରାଧରି ହୋଇ ଚାଲିଗଲେ…