୫୭ ବର୍ଷରେ କିଙ୍ଗ ଖାନ୍ : ଜନ୍ମଦିନ ଅବସରରେ ଫ୍ୟାନ୍ସ ପୁଣି ଦେଖିବେ ଶାହାରୁଖଙ୍କ ‘DDLJ’ ଫିଲ୍ମ

ଫ୍ୟାନମାନଙ୍କ ହୃଦୟରେ ସେ କରନ୍ତି ରାଜ । ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ ପରିଚିତ । ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ରୋମାଣ୍ଟିକ ହିରୋ ଭାବେ ପରିଚିତ ଥିବା ଅନନ୍ୟ ଅଭିନେତା ଶାହାରୁଖଙ୍କ ଆଜି ଜନ୍ମ ଦିନ । ସେ ୫୭ ବର୍ଷରେ ପଦାର୍ପଣ କରିଛନ୍ତି । ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ତାଙ୍କ ଫ୍ୟାନ ଲିଷ୍ଟରେ ସାମିଲ ଅଛନ୍ତି । ଖାସ କରି ତାଙ୍କ ରୋମାଣ୍ଟିକ ଅନ୍ଦାଜ ଯୋଗୁଁ ଅଧିକାଂଶ ଝିଅ ତାଙ୍କ ଫ୍ୟାନ ଅଛନ୍ତି । ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ଉତଥାନ ପତନ ଦେଖିଛନ୍ତି । ହେଲେ ତାଙ୍କ ଏହି ଶଫରରେ ସେ ଫ୍ୟାନମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଛନ୍ତି ।

ତେବେ ଶାହରୁଖ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ୨ ନଭେମ୍ବର ଉତ୍ସବ ଠାରୁ କମ୍ ନୁହେଁ। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କ ଜନ୍ମଦିନକୁ ଗ୍ରାଣ୍ଡ କରିବାକୁ ଖୁବ୍‌ ଉତ୍ସାହିତ ଅଛନ୍ତି । ଶାହାରୁଖଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଉପସ୍ଥିତ ।ତାଙ୍କ ସହ ଜଡିତ ଅନେକ ହ୍ୟାସଟ୍ୟାଗ ତାଙ୍କ ଜନ୍ମଦିନ ପୂର୍ବରୁ ଟ୍ଵିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା । କିଙ୍ଗ ଖାନଙ୍କ ଝଲକ ପାଇଁ ତାଙ୍କ ଫ୍ୟାନ୍ସ ଫଲୋର୍ସ ଅଭିନେତା ଘର ମନ୍ନତ ସମ୍ମୁଖରେ ଏକାଠି ହୋଇଥିବାର ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ଧରି କୋଭିଡ କାରଣରୁ ଏହା ହୋଇପାରିନଥିଲା। ଏଥର ଶାହାରୁଖ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିଥିଲେ । ରାତି ପ୍ରାୟ ୧୨ଟା ସମୟରେ ପ୍ରଶଂସକଙ୍କ ସାମ୍ନାକୁ ଆସିଥିଲେ।

ଶାହାରୁଖ ଖାନ ତାଙ୍କର ଫିଲ୍ମ କ୍ୟାରିଅରରେ ଅନେକ ହିଟ୍-ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । କିନ୍ତୁ ତାଙ୍କ ଫିଲ୍ମ ‘DDLJ ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ରହିଛି । ୨୦ ଅକ୍ଟୋବର ୧୯୯୫ ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ଏହାର ୨୭ ବର୍ଷ ପୂରଣ କରିଛି । ଏଭଳି ପରିସ୍ଥିତିରେ, ଶାହାରୁଖଙ୍କ ଜନ୍ମଦିନ ଏବଂ ଚଳଚ୍ଚିତ୍ରର ୨୭ ବର୍ଷ ପୂରଣ ହେବାର ବିଶେଷ ଉତ୍ସବରେ, ଏହି ଫିଲ୍ମକୁ ପୁଣି ଥରେ ବଡ ପରଦାରେ ରିଲିଜ୍‌ ହେବ । ଏଥିାପାଇଁ ଫିଲ୍ମ ନିର୍ମାତା ଚାହିଁଛନ୍ତି କି ଶାହାରୁଖଙ୍କ ବିଶେଷ ଦିନରେ ଥିଏଟରରେ କିଙ୍ଗ୍‌ ଖାନ୍‌ଙ୍କ ଫିଲ୍ମ ପୁଣି ଦେଖିବେ। ଏନେଇ ପ୍ରଡକ୍ସନ ହାଉସ୍‌ ନିଜେ ଇନଷ୍ଟାଗ୍ରାମ୍‌୍‌ରେ ସୂଚନା ଦେଇଛି । ପୋଷ୍ଟରେ ଲେଖା ହୋଇଛି କି ବୁଧବାର ଅର୍ଥାତ୍‌ ଆଜି PVR,INOX , ସିନେପଲିସ୍‌‌ରେ ରିଲିଜ୍‌ ହେବ । ଏହା ସହ ଲେଖାହୋଇଛି କି ପଲଟ୍‌… ପୁଣି ପରଦାକୁ ଫେରିଛି। ରାଜ୍‌ ଏବଂ ସିମରନଙ୍କ ସୁନ୍ଦର ଯାତ୍ରାକୁ ୨ ନଭେମ୍ବରରେ ଭାରତର ଥିଏଟରରେ ଦେଖନ୍ତୁ ।

ଶାହାରୁଖ ଖାନଙ୍କ ଜନ୍ମ ୨ ନଭେମ୍ବର ୧୯୬୫ ମସିହା ଦିଲ୍ଲୀରେ ହୋଇଥିଲା । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହାରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲୋମ୍ବାସ ସ୍କୁଲରୁ କରିଥିଲେ । ପାଠ ସହିତ ସେ ଥିଏଟରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।

ବାପା ମାଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ସିରିଏଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଦିୱାନା ଚଳଚ୍ଚିତ୍ରରୁ ସେ ବଡ ପରଦାରେ ପାଦ ଦେଇଥିଲେ । ଏହାପରେ ସେ ଫ୍ୟାନ ମାନଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଦିଲ ବାଲେ ଦୁଲହନିୟା ଲେ ଜାୟେଙ୍ଗେ, ବାଜିଗର, ଦେବଦାସ, କରନ ଅର୍ଜୁନ, ମହବତେଁ, ଭିରଜରା ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି କିଙ୍ଗ ଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.