କେନ୍ଦୁଝରରେ ଚଇତି କଟକଣା: ଏପ୍ରିଲ ୧୩ ଓ ୧୪ ତାରିଖରେ ବନ୍ଦ ରହିବ ମାଆ ତାରିଣୀଙ୍କ ଦର୍ଶନ

କେନ୍ଦୁଝର : ମାଆ ତାରିଣୀଙ୍କ ଚଇତିପର୍ବ ଲାଗି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ପଣାସଂକ୍ରାନ୍ତି ଅବସରରେ ଆସନ୍ତା ୧୩ ଓ ୧୪ ତାରିଖ ଦିନ ଘଟଗାଁ ମାଆ ତାରିଣୀଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମନ୍ଦିରରେ ଏପ୍ରିଲ ୯ ତାରିଖରୁ ସାତ ଦିନିଆ ଚଇତି ପର୍ବ ପାଳନ କରାଯିବ। ଦୈନନ୍ଦିନ ନୀତିକାନ୍ତି କୋଭିଡ୍‌ ନିୟମ ମାନି ପାଳନ କରାଯିବ। କିନ୍ତୁ ଚଇତି ପର୍ବ ଓ ପଣା ସଂକ୍ରାନ୍ତି ଦିନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ। କେବଳ ଏପ୍ରିଲ ୯ରୁ ଏପ୍ରିଲ ୧୨ ଯାଏ ଓ ୧୫ ଏପ୍ରିଲରେ ଭକ୍ତମାନେ ଦର୍ଶନ କରି ପାରିବେ। ସେଥିଲାଗି ମଧ୍ୟ ସମୟ ଧାର୍ଯ୍ୟ ହୋଇଛି।

ସାଧାରଣ ଦର୍ଶନ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ୩୦ ଓ ଅପରାହ୍ନ ୩ ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଭକ୍ତମାନଙ୍କ ଦ୍ୱାରା କୌଣସି ଭୋଗ ଅର୍ପଣକୁ ବାରଣ କରାଯାଇଛି। ପଣା ଓ ଅନ୍ନ ଭୋଗ ବିତରଣ ବନ୍ଦ ରହିବ। ମନ୍ଦିର ପରିସରରେ ସମସ୍ତ ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବ। ଚଇତି ପର୍ବରେ କୌମସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ। ମାଆ ତାରିଣୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସୋସିଆଲ ମିଡିଆରେ ସିଧାପ୍ରସାରଣ କରିବାକୁ ଯୋଜନା କରିଛି ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.