Below header

ବାତିଲ ହେଲା ସ୍ୱତନ୍ତ୍ର ପାସ ବ୍ୟବସ୍ଥା, ଜରୁରୀ ପରିସ୍ଥିତିରେ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ

ଭୁବନେଶ୍ୱର: ଜରୁରୀକାଳୀନ ସେବାରେ ଏବେ ଲୋକଙ୍କୁ ଆଉ ଦିଆଯିବନି ପାସ୍‌ । ବାତିଲ ହେଲା ସ୍ୱତନ୍ତ୍ର ପାସ୍‌ ବ୍ୟବସ୍ଥା । ଜରୁରୀସେବା ପାଇଁ ଯାଉଥିବା ଲୋକେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଇପାରିବେ । ସେହିପରି ହସ୍ପିଟାଲ ଯାଉଥିବା ଲୋକେ ସେମାନଙ୍କ ମେଡିକାଲ ପେପର ଦେଖାଇ ଯା ଆସ କରିପାରିବେ । ପାସ୍‌ ପାଇଁ କମିସନରେଟ ଅଫିସ ନିକଟରେ ଲୋକଙ୍କ ଭିଡ ଜମୁଥିବା ବେଳେ କରୋନା ଗାଇଡ଼ ଲାଇନ ଅନୁଯାୟୀ ସାମାଜିକ ଦୂରତା ରକ୍ଷା ହୋଇପାରୁନାହିଁ । ଆସନ୍ତାକାଲି ସୁଦ୍ଧା ଏକ ଆଇଟି ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରାଯିବ । ଲୋକେ ଭିଡ଼ ନଜମାଇ ଏହି ଆଇଟି ଫ୍ଲାଟ୍‌ଫର୍ମରୁ ସୁବିଧା ଉଠାଇ ପାରିବେ । ଏହା ମାଧ୍ୟମରେ ଲୋକେ ଗାଡି ପାସ୍‌ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.