Below header

ମହିଳାଙ୍କ ସଂପର୍କିତ ଅପରାଧୀଙ୍କୁ ମିଳିବନି ନିସ୍ତାର, ଜାନୁଆରୀ ୨ରୁ ଭୁବନେଶ୍ୱର, କଟକରେ ନିୟୋଜିତ ହେବେ ସ୍ପେସାଲ ପୋଲିସ ଅଫିସର

ଭୁବନେଶ୍ବର(କେନ୍ୟୁଜ୍): ମହିଳାଙ୍କ ସଂପର୍କିତ ଅପରାଧ ରୋକିବା ଓ ଅପରାଧୀକୁ ଧରିବା ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା । ଜାନୁଆରୀ ୨ରୁ ଭୁବନେଶ୍ୱର, କଟକ ଟୁଇନ ସିଟିରେ ନିୟୋଜିତ ହେବେ ସ୍ପେସାଲ ପୋଲିସ ଅଫିସର । କେବଳ ମହିଳାମାନଙ୍କୁ ଏଥିଲେ ସାମିଲ କରାଯିବ । ଏଥିପାଇଁ ବିଭିନ୍ନ କର୍ପୋରେଟ ହାଉସ ଓ ଆଇଟି ହବ୍‌ମାନଙ୍କୁ ତାଲିକା ମଗାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କ ସହ କର୍ମଜୀବୀ ମହିଳାଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ସ୍ୱତନ୍ତ୍ର ଟ୍ରେନିଂ ପ୍ରଦାନ କରାଯିବା । ଏହି ସ୍ୱତନ୍ତ୍ର ପୋଲିସ ଅଫିସର ସେମାନଙ୍କ ନଜରକୁ ଆସୁଥିବା କିମ୍ବା ମହିଳାଙ୍କୁ ଅସଦାଚରଣ ଘଟଣାଗୁଡିକୁ ପୋଲିସ ନିକଟରେ ପହଞ୍ଚାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.