ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ ଦୀପିକା ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ନଜର ଆସିବେ ଅନନ୍ୟା ପାଣ୍ଡେ

‘ଷ୍ଟୁଡେଣ୍ଟ ଅଫ ଦ ଇୟର 2’ରୁ ବଲିଉଡରେ ଡେବ୍ୟୁ କରିଥିବା ଅନନ୍ୟା ପାଣ୍ଡେଙ୍କର ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ପତି ପତ୍ନୀ ଔର ୱ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଏହି ଫିଲ୍ମରେ ଅନନ୍ୟା ପାଣ୍ଡେଙ୍କର ଅଭିନୟକୁ ଲୋକମାନେ ଖୁବ ତାରିଫ କରୁଥିବା ଦେଖିବାକୁ ମିଳିଛି ।

Image result for siddhant chaturvedi priyanka and ananya pandey

ନିକଟରେ ଶୁଣିବାକୁ ମିଳୁଛି ଯେ ଦୀପିକା ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହିତ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ ଅନନ୍ୟା ନଜର ଆସିବେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର ନାମ ଫାଇନାଲ ହୋଇନାହିଁ କିନ୍ତୁ ଏହାକୁ ପ୍ରଡ୍ୟୁସ କରୁଛନ୍ତି କରଣ ଜୋହର । କୁହାଯାଉଛି ଯେ ଅନନ୍ୟା ଏହି ଫିଲ୍ମରେ ସେକେଣ୍ଡ ଲିଡ଼ରେ ରହିବେ ଏବଂ ଏହି ଚଳଚ୍ଚିତ୍ର ମଡର୍ଣ୍ଣ ଡେ ର ରୋମାଣ୍ଟିକ କମେଡି ପରି ହେବ ଯାହାକି ରିଲେସନସିପ ଉପରେ ରହିବ । ଏହି ଫିଲ୍ମର ସମ୍ପୂର୍ଣ୍ଣ ସୁଟିଂ ଇଣ୍ଡିଆରେ ହିଁ ହେବ ତେବେ ବର୍ତ୍ତମାନ ଏହାପାଇଁ ଲୋକେସନ ସିଲେକ୍ଟ କରାଯାଉଛି । ଅତିଶୀଘ୍ର ଏହି ଫିଲ୍ମକୁ ନେଇ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.