କଟକ ବାହ୍ମଣପଡା ଗାଁରେ ବେଆଇନ୍‌ ଜର୍ଦ୍ଦା କମ୍ପାନି ଉପରେ ଚଢାଉ : ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଯନ୍ତ୍ରାଂଶ ଜବତ, ୯ ଗିରଫ

ଚୌଦ୍ବାର : କଟକ ଜିଲ୍ଲା ଟାଙ୍ଗୀ ଥାନା ନପଙ୍ଗ ପଞ୍ଚାୟତ ବାହ୍ମଣପଡା ଗାଁରେ ବେଆଇନ୍‌ ଜର୍ଦ୍ଦା କମ୍ପାନି ଉପରେ ଚଢାଉ। ଏହି ସମୟରେ ୯ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଏକ ଘରେ ବେଆଇନ୍‌ ଜର୍ଦ୍ଦା କମ୍ପାନୀ ଚାଲିଥିଲା । ବିଶେଷ ସୁତ୍ରରୁ ଖବର ପାଇ ବିଳମ୍ବିତ ରାତୀରେ ଟାଙ୍ଗୀ ପୋଲିସ୍‌ ଚଢାଉ କରିଥିଲା ।

ଚଢାଉ ସମୟରେ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଯନ୍ତ୍ରାଂଶ, ୫୦ ଲକ୍ଷ ଟଙ୍କାର କଞ୍ଚାମାଲ, ୫୦ ଲକ୍ଷରୁ ଉର୍ଦ୍ଧ୍ୱ ବିଭିନ୍ନ କମ୍ପାନୀର ଲୋଗୋ ଥିବା ଜର୍ଦ୍ଦା ପାଉଚ୍‌ ଜବତ କରିବା ସହ ୯ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକଙ୍କ ମଧ୍ୟରୁ କିଛି ଉତ୍ତର ପ୍ରଦେଶର ହୋଇଥିବା ବେଳେ ଆଉ କିଛି ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି ।

ତେବେ ଗିରଫ ୯ ଜଣଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେମାନଙ୍କ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ ବୋଲି  ଥାନା ଅଧିକାରୀ ପଦାରବିନ୍ଦ ତ୍ରୀପାଠୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.