Below header

ଶନିବାର ଓ ରବିବାର ସକାଳ ୫ଟାରୁ ୬ଟା ଘଣ୍ଟାଏ କୋହଳ, ସୂଚନା ଦେଲେ ଏସ୍‌ଆର୍‌ସି

ଶନିବାର ଓ ରବିବାର ସଟ୍‌ଡାଉନ୍‌ରେ ମିଳିବ ଘଣ୍ଟାଏ କୋହଳ। ସକାଳ ୫ଟାରୁ ୬ଟା ଏକ ଘଣ୍ଟା ସମୟ ସମସ୍ତଙ୍କ ପାଇଁ କୋହଳ କରାଯିବ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

ମର୍ଣ୍ଣିଂଓ୍ଵାକ୍‌ ଓ ସାଇକେଲିଂ ପାଇଁ ଏହି ଏକ ଘଣ୍ଟା କୋହଳ ଛଡ଼ାଯିବ। ଉଭୟ ଶନିବାର ଓ ରବିବାର ସକାଳ ୫ଟାରୁ ୬ ଟା ସହରବାସୀ ବାହାରକୁ ଆସିପାରିବେ। ସୂଚନାଯୋଗ୍ୟ ଯେ ରାଜ୍ୟରେ ଆସନ୍ତାକାଲି ଓ ପରଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତେ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.