Below header

ଗୋଟିଏ ଡୋଜ୍‌ କୋଭାକ୍ସିନ୍‌ ଓ ଗୋଟିଏ ଡୋଜ୍‌ କୋଭାସିଲ୍ଡ୍‌ ନେଇ ହେବ କି ? ଜାଣନ୍ତୁ କ’ଣ କହୁଛନ୍ତି ଗବେଷକ

ନୂଆଦିଲ୍ଲୀ :  କରୋନାକୁ ନେଇ ପ୍ରତିଦିନ ନୂଆ ତଥ୍ୟମାନ ପ୍ରକାଶ ପାଇବାରେ ଲାଗିଛି । ସମସ୍ତଙ୍କ ମନରେ କରୋନା ଟିକାକୁ ନେଇ ଭରି ରହିଛି ଅନେକ ପ୍ରଶ୍ନ । ଏହି ଭିତରେ ଜାରି ରହିଛି କରୋନା ପାଇଁ ଟିକାକରଣ ପ୍ରକ୍ରିୟା । କେଉଁଠି ପ୍ରଥମ ଡୋଜ କୋଭାସିଲ୍ଡ ଟିକା ଦିଆଯାଉଥିବାବେଳେ କେଉଁଠି ପ୍ରଥମ ଡୋଜ ଦିଆଯାଉଛି କୋଭାକ୍ସିନ । ତେବେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ।

କାହାକୁ ନେବା ଦରକାର କିମ୍ବା ଦୁଇଟି ଅଲଗା ଡୋଜ ନେବା ଦରକାର । ଏମିତି କେତେ କ’ଣ ପ୍ରଶ୍ନ ଉଙ୍କି ମାରୁଛି ଲୋକଙ୍କ ମନରେ । ଲୋକଙ୍କର ଏହି ଦ୍ୱନ୍ଦ୍ୱ ହଟାଇବା ପାଇଁ ହେଲ୍ଥ ଜଏଣ୍ଟ କମିଶନରଙ୍କ ସହ କେତକ ଗବେଷକ ମଙ୍ଗଳବାର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ ଏପରି । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଗବେଷକମାନେ ।

– ମୁଁ ଗୋଟିଏ ଡୋଜ୍‌ କୋଭାକ୍ସିନ ଓ ଅନ୍ୟ ଡୋଜ୍‌ କୋଭାସିଲ୍ଡ ନେଇ ପାରିବା କି ?
• ନା, ଉଭୟ ଡୋଜ ସମାନ ଗ୍ରୁପର ନେବା ଦରକାର

– ହାର୍ଟ ବାଇପାସ୍‌ କରିଥିବା ରୋଗୀ ଟିକା ନେଇ ପାରିବେ କି ?
• ହଁ

– ଟିକା ନେବା ପରେ ପୁଣି ସଂକ୍ରମଣ ହେବାର ଆଶଙ୍କା ଅଛି କି ?
• ଭାରତରେ ସେ ସମ୍ପର୍କରେ ଖୁବ୍‌ କମ୍‌ ଡାଟା ରହିଛି । ତେବେ ଆମେରିକା ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ତଥ୍ୟ ଅନୁଯାୟୀ ୯୯.୯୯ % ଲୋକ ଟିକା ନେବା ପରେ ସଂକ୍ରମିତ ହୁଅନ୍ତି ନାହିଁ ।

– ଆଲର୍ଜି ହିଷ୍ଟ୍ରି ଥିବା ରୋଗୀମାନେ ଟିକା ନେଇପାରିବେ କି ?
• ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ । ବିଭିନ୍ନ ପ୍ରକାର ଆଲର୍ଜି ରହିଛି । ଯଦି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ତେବେ ଡାକ୍ତର ମ୍ୟାନେଜ କରିପାରିବେ ।

– ଟିକା ନେବା ପରେ କି ଲକ୍ଷଣ ଦେଖାଯାଏ ?
• ଜର, କମ୍ପ, ଦେହ ବିନ୍ଧା ଓ କ୍ଲାନ୍ତ ଆଦି ଲକ୍ଷଣ ଦେଖାଦେଇପାରେ । ଯଦି ଏପରି ହୁଏ ତେବେ କେବଳ ପାରାସିଟାମଲ୍‌ ନେଇପାରିବେ । ୨ ରୁ ୩ ଦିନ ମଧ୍ୟରେ ଏହା ଭଲ ହୋଇଯିବ । ବେଶୀ କିଛି ଅସୁବିଧା ଦେଖାଯିବ ନାହିଁ । ଅତି ବେଶୀରେ ଟିକା ସ୍ଥାନରେ ଲାଲ୍‌ ପଡ଼ିପାରେ ।

– କ୍ୟାନ୍‌ସର ରୋଗୀ ଟିକା ନେଇପାରିବେ କି ?
• ହଁ, ଟିକା ନେଇପାରିବେ

– ମୋ ମା’ ଗୋଟିଏ ଡୋଜ ନେବା ପରେ ୨ୟ ଡୋଜ ନେବାକୁ ଡରୁଛନ୍ତି । ସେ ନ ନେଲେ ଚଳିବ କି ?
• ଦୁଇଟି ଡୋଜ୍‌ ନେଲେ ଟିକା ପୂର୍ଣ୍ଣ ପ୍ରଭାବଶୀଳ ହୁଏ । ତେଣୁ ୨ଟି ଡୋଜ ନେବା ଦରକାର ।

– ମୁଁ କୋଭିଡ୍‌ରୁ ସୁସ୍ଥ ହୋଇଛି । ମୋ ଦେହରେ ଆଣ୍ଟିବଡ଼ି ରହିଛି । ମୁଁ ଟିକା ନେବା ଦରକାର କି ?
• କୌଣସି ଆଣ୍ଟିବଡ଼ି ବେଶୀ ଦିନ ରହେନି । ତେଣୁ ନୂଆ ଆଣ୍ଟିବଡ଼ି ଗଠନ ପାଇଁ ଟିକା ନେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.