କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଫେରନ୍ତା, SRC ଜାରି କଲେ ଗାଇଡ଼ଲାଇନ

କେନ୍ୟୁଜ୍(ବ୍ୟୁରୋ):  କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଫେରନ୍ତା। କୁମ୍ଭମେଳା ଫେରନ୍ତାଙ୍କ ସଂପର୍କରେ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳ ଓ କମିସନରଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିସନର। କୁମ୍ଭମେଳାରେ ଭାଗ ନେବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସହ ପଞ୍ଜୀକୃତ କରିଥିବା ଓଡ଼ିଆଙ୍କ ତାଲିକା ପ୍ରଦାନ କରିବେ ଜିଲ୍ଲାପାଳ ଓ ମୁନିସିପାଲ କମିସନର। କୁମ୍ଭମେଳା ଫେରନ୍ତାଙ୍କୁ ଠାବ କରି ସେମାନଙ୍କ ଅବସ୍ଥିତି ସଂପର୍କରେ ସୂଚନା ସଂଗ୍ରହ କରାଯିବ। ରେଳ ଓ ବିମାନରେ ଓଡ଼ିଶା ଆସିବା ପୂର୍ବରୁ ସେମାନଙ୍କୁ ଆରଟିପିସିଆର ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ସେମାନଙ୍କୁ ଟ୍ରାକ କରାଯାଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ।

ସେମାନେ ୧୪ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ତେବେ ସେମାନଙ୍କ ଠାରେ କୋଭିଡ ସଂକ୍ରମଣର ଲକ୍ଷଣ ଦେଖାଗଲେ ତୁରନ୍ତା ଆଶା କିମ୍ବା ଅଙ୍ଗନବାଡି କର୍ମୀ ସ୍ୱାସ୍ଥ୍ୟାବସ୍ଥା ନୀରିକ୍ଷଣ କରିବେ। କୁମ୍ଭମେଳା ଫେରନ୍ତାଙ୍କୁ ନିଜଆଡୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସେମାନେ ସଂପୃକ୍ତ ଅଞ୍ଚଳର ବିଡିଓ, ମୁନିସିପାଲ, ଏନଏସି ଅଫିସର କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଜ ସ୍ୱାସ୍ଥ୍ୟ ସଂପର୍କରେ ଜଣାଇବେ। ଏହାସହ ସେମାନଙ୍କୁ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ବାଧ୍ୟତାମୂଳକ ରହିଛି। କୁମ୍ଭ ଫେରନ୍ତାଙ୍କ ସଂପର୍କରେ ଜିଲ୍ଲାପାଳ ଓ ମୁନିସିପାଲ କମିସନର ଦୈନିକ ଏସଆରସିଙ୍କୁ ରିପୋର୍ଟ ପ୍ରଦାନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.