Below header

କଡ଼ାକଡ଼ି ଭାବେ ପାଳନ ହେବ କୋଭିଡ଼ ନିୟମ, ମାଇକ ଯୋଗେ କରାଯିବ ସଚେତନ: ଏସଆରସି

ଭୁବନେଶ୍ୱର(କେ ନ୍ୟୁଜ): ଚିନ୍ତା ବଢାଇଲା କରୋନା। ଦେଶର କିିଛି ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢିବା ପରେ ରାଜ୍ୟ ସରକାର ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ଗାଇଡଲାଇନ ଓ ପ୍ରୋଟୋକଲ ପାଳନ ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର ଓ ଏସ୍‌ପିମାନଙ୍କୁ ଚିଠି ଲେଖିଛନ୍ତି। କୋଭିଡ ନିୟମର କଡ଼ାକଡ଼ି ପାଳନ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସୁନିଶ୍ଚିତ କରିବେ। ମାସ୍କ ପିନ୍ଧିବା, ସ୍କୁଲ କଲେଜ ସହ ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବେ। ମାର୍କେଟ, ହାଟ ଓ ଅନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ସଚେତନତା ପାଇଁ ମାଇକ ଯୋଗେ ପ୍ରଚାର କରାଯିବ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କୋଭିଡ ନିୟମ ପାଳନ କରାଯିବ। ବିବାହ, ସାମାଜିକ ଓ ସାଂସ୍କୃତିକ ଉତ୍ସବରେ ଜନଗହଳିକୁ ପ୍ରଦାନ କରାଯାଇଥିବା ଅନୁମତିର ନୀରିକ୍ଷଣ କରାଯିବ।

ଅନୁମତି ପ୍ରଦାନ କରାଯାଇଥିବା ସଂଖ୍ୟାଠାରୁ ଅଧିକ ଗହଳିକୁ ବାରଣ କରାଯାଇଛି । ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଆବଶ୍ୟକ କଡ଼ା ନିୟମ ପାଳନ କରାଯିବ। ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ ସାନିଟାଇଜ ହେବା ସହ ସାମାଜିକ ଦୂରତା ରକ୍ଷା କରିବେ। କାହା ପାଖରେ କୋଭିଡ ସଂକ୍ରମଣର ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦିଆଯିବ। ହୋଟେଲ, ରେସ୍ତୁରାଂ, ଢାବା ଓ ଅନ୍ୟ ସ୍ଥାନରେ କୋଭିଡ ନିୟମ ପାଳନ ନେଇ ନୀରିକ୍ଷଣ କରିବେ। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବିଭିନ୍ନ ସ୍ଥାନରେ ଚେକିଂ କରି ଲୋକଙ୍କୁ କରୋନା ନିୟମ ପାଳନ ନେଇ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ ଜରିମାନା ଆଦାୟ କରିବେ ବୋଲି ଏସଆରସି ପତ୍ରରେ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.