ଖରାପ ସମୟରେ ଏହି ୩ ସମ୍ପର୍କର ମିଳିଥାଏ ପ୍ରକୃତ ପରିଚୟ, ଜାଣନ୍ତୁ ଆଜିର ଚାଣକ୍ୟ ନୀତି

ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଶଳୀ ଅର୍ଥଶାସ୍ତ୍ରୀ ସହିତ ସମାଜଶାସ୍ତ୍ରୀ ମଧ୍ୟ ଥିଲେ। ପ୍ରତ୍ୟେକ ବିଷୟ ଉପରେ ତାଙ୍କର ଗଭୀର ଜ୍ଞାନ ଥିଲା। ଚାଣକ୍ୟଙ୍କ ଅନୁସାରେ, ଖରାପ ସମୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଆସିଥାଏ। ଏହି ଖରାପ ସମୟ ବ୍ୟକ୍ତିକୁ ବହୁତ କିଛି ଶିଖାଇଥାଏ। ସଙ୍କଟ ସମୟରେ ହିଁ ବ୍ୟକ୍ତି ଭଲ, ଖରାପ ବିଷୟରେ ଜାଣିପାରିଥାଏ।

ଚାଣକ୍ୟ କହିଛନ୍ତି, ଖରାପ ସମୟରେ ବ୍ୟକ୍ତିକୁ ଧୌର୍ଯ୍ୟହରା ହେବା ଉଚିତ ନୁହେଁ। ଖରାପ ସମୟ ସବୁଦିନ ପାଇଁ ଆସି ନ ଥାଏ। ଏହାକୁ ନକାରାତ୍ମକ ରୂପେ ନେବା ଉଚିତ ନୁହେଁ। ଖରାପ ସମୟରେ ଏହି ୩ ସମ୍ପର୍କର ବାସ୍ତବତା ବିଷୟରେ ଜଣାପଡ଼ିଥାଏ। ଏହି ୩ ସମ୍ପର୍କ କ’ଣ କ’ଣ ଆସନ୍ତୁ ଜାଣିବା।

୧. ସ୍ତ୍ରୀ: ଚାଣକ୍ୟଙ୍କ ଅନୁସାରେ, ଖରାପ ସମୟରେ ସ୍ତ୍ରୀର ପରିଚୟ ଜଣାପଡ଼ିଥାଏ। ବ୍ୟକ୍ତିର ଖରାପ ସମୟରେ ଯଦି ସ୍ତ୍ରୀ ତା’ର ଛାଇ ଭଳି ଛିଡ଼ା ହୋଇଥାଏ, ତ ଖରାପରୁ ଅତି ଖରାପ ସମୟ ବି କଟିଯାଇଥାଏ। ଏହି ସମୟରେ ଯିଏ ଆପଣଙ୍କ ପୀଡ଼ାକୁ ନିଜ ପୀଡ଼ା ବୋଲି ଭାବିଥାଏ, ସେ ହିଁ ପ୍ରକୃତ ପତିବ୍ରତା ହୋଇଥାଏ।

୨. ମିତ୍ର: ଏହି ଦୁନିଆରେ ଦୁଇ ପ୍ରକାରର ମିତ୍ର ଅଛନ୍ତି। ପ୍ରଥମତଃ, ଯିଏ ଆପଣଙ୍କଠୁ ଲାଭ ପାଇବା ଆଶାରେ ମିତ୍ରତା କରିଥାଏ। ଏଭଳି ସାଙ୍ଗ ସେହି ପର୍ଯ୍ୟନ୍ତ ଆପଣଙ୍କ ସାଥ୍‌ ଦେଇଥାଏ, ଯେ ପର୍ଯ୍ୟନ୍ତ ଆପଣଙ୍କଠାରୁ କିଛି ପାଇ ଚାଲିଥାଏ। ଦ୍ୱିତୀୟ ପ୍ରକାର ବନ୍ଧୁ ଆପଣଙ୍କ ହୃଦୟ ସହ ଜଡ଼ିତ ରହିଥାଆନ୍ତି। ଏମାନେ ପ୍ରତ୍ୟେକ ଖରାପ ସମୟରେ ଆପଣଙ୍କ ସହିତ ଛିଡ଼ା ହୋଇ ଥାଆନ୍ତି। ଖରାପ ସମୟରେ ଯାହାଙ୍କ ପାଖରେ ଏମିତି ସାଙ୍ଗ ଥାଆନ୍ତି, ସେମାନେ ସବୁ ଖରାପ ସମୟକୁ ସହଜରେ କାଟି ନିଅନ୍ତି।

୩. ସେବକ: ସେବକର ପରିଚୟ ମଧ୍ୟ ଖରାପ ସମୟରେ ମିଳିଥାଏ। ଖରାପ ସମୟ ଆସିଲେ ଯିଏ ଆପଣଙ୍କ ସେବା କରିବାକୁ ଛିଡ଼ା ହୋଇଥାଏ, ସେ ହିଁ ପ୍ରକୃତ ସେବକ ହୋଇଥାଏ। ଏମିତି ଲୋକଙ୍କୁ ସବୁବେଳେ ଆଦର, ସମ୍ମାନ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.