ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ୧୦୦ ତମ ଜୟନ୍ତୀ, ଟ୍ରାମ ଯାତ୍ରାର ଶୁଭାରମ୍ଭ କଲେ SRFTI ନିର୍ଦ୍ଦେଶକ ହିମାଂଶୁ ଖଟୁଆ
ସତ୍ୟଜିତ ରାୟ ଫିଲିମ୍ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦେଶକ ହିମାଂଶୁ ଶେଖର ଖଟୁଆ ଏହି ଟ୍ରାମ ଯାତ୍ରାର ଶୁଭାରମ୍ଭ କରିଥିଲେ । ସତ୍ୟଜିତ ରାୟଙ୍କ ଜୀବନ ଓ ସର୍ଜନାତ୍ମକ ଦିଗକୁ ନେଇ ଏହି ଟ୍ରାମ ସୁସଜ୍ଜିତ ହୋଇଥିଲା।

କଲିକତା(କେନ୍ୟୁଜ୍): ଟ୍ରାମ ଚଳାଚଳର ୧୫୦ ବର୍ଷ ପୂର୍ତ୍ତି ଏବଂ ଚଳଚ୍ଚିତ୍ର ର୍ନିମାତା ସତ୍ୟଜିତ ରାୟଙ୍କ ୧୦୦ତମ ଜୟନ୍ତୀ ଅବସରରେ କୋଲକାତା ଟ୍ରାମ ୟୁଜର୍ସ ଆସୋସିଏସନ୍ ଏବଂ ଇଣ୍ଟାକ ପକ୍ଷରୁ ଟ୍ରାମ ଯାତ୍ରା ଅନୁଷ୍ଠିତ ହୋଇଛି। ସତ୍ୟଜିତ ରାୟ ଫିଲିମ୍ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦେଶକ ହିମାଂଶୁ ଶେଖର ଖଟୁଆ ଏହି ଟ୍ରାମ ଯାତ୍ରାର ଶୁଭାରମ୍ଭ କରିଥିଲେ । ସତ୍ୟଜିତ ରାୟଙ୍କ ଜୀବନ ଓ ସର୍ଜନାତ୍ମକ ଦିଗକୁ ନେଇ ଏହି ଟ୍ରାମ ସୁସଜ୍ଜିତ ହୋଇଥିଲା।
ଟାଲିଗଞ୍ଜ ଟ୍ରାମ ଡିପୋରୁ ବାଲୀଗଞ୍ଜ ଟ୍ରାମ ଡିପୋ ପର୍ଯ୍ୟନ୍ତ ଏହି ସୁସଜ୍ଜିତ ଟ୍ରାମ ଯାତ୍ରା କରିଥିଲା । ମେଲବର୍ଣ୍ଣର ଟ୍ରାମ କର୍ମୀ ଓ ଶୁଭେଚ୍ଛୁ ମାନେ ଯୋଗ ଦେଇଥିଲେ । ଟ୍ରାମ ୟୁଜର୍ସ୍ ଆସୋସିଏସନ୍ ସମ୍ପାଦକ ମହାଦେବ ସି ଏବଂ ଇନଟାକର ଆବାହକ ଜି ଏମ କାପୁର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ଟ୍ରାମ ଚଳାଚଳର ପ୍ରସାର ହେବା ଉଚିତ ବୋଲି କହିଥିଲେ ସତ୍ୟଜିତ ରାୟ ଫିଲିମ୍ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦେଶକ ହିମାଂଶୁ ଶେଖର ଖଟୁଆ । ସେ ସତ୍ୟଜିତ ରାୟଙ୍କ ଉତ୍କର୍ଷତା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ ।