Below header

ନଇରି ଗ୍ରାମରେ ଆରମ୍ଭ ହେଲା ଶ୍ରୀ ଜଗନ୍ନାଥ ମହୋତ୍ସବ

ଟାଙ୍ଗି (ଖୋର୍ଦ୍ଧା), କେ ନ୍ୟୁଜ୍‌ : ଖୋର୍ଦ୍ଧା ଜିଲ୍ଲା ନଇରି ଗ୍ରାମ ନିକଟରେ ଥିବା କାଙ୍କଣ ଶିଖରୀରେ ଆରମ୍ଭ ହୋଇଛି ପଞ୍ଚରାତ୍ର ମହାଯଜ୍ଞ ଓ ଶ୍ରୀ ଜଗନ୍ନାଥ ମହୋତ୍ସବ । ପୁରୀ ଗଜପତି ମହାରାଜ ଏହାକୁ ଉଦଘାଟନ କରିଛନ୍ତି । ଗତ ସଂଧ୍ୟାରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହା ସହ ଜଗନ୍ନାଥଙ୍କର ୨୪ବେଶ, ୫୬ଭୋଗ, ଲୀଲା କ୍ଷେତ୍ର ଓ ଦାରୁକ୍ଷେତ୍ର ସଂପର୍କିତ ପ୍ରଦର୍ଶନୀ ଷ୍ଟଲକୁ ଉଦଘାଟନ କରିଥିଲେ । ଏହି ମହୋତ୍ସବ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.