Below header

ଆସନ୍ତାକାଲି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀସେତୁ, ଆଜି ଟ୍ରାଇଲ ରନ

ଲୋକାର୍ପଣ ହେବାକୁ ଯାଉଛି ଶ୍ରୀସେତୁ। ଆଜି ଟ୍ରାଇଲ ରନ। ରଙ୍ଗ ବେରଙ୍ଗ ଆଲୋକ ଓ ଚିତ୍ର ଅଙ୍କା ଯାଇ ଆକର୍ଷଣୀୟ ଦେଖା ଯାଉଛି ଶ୍ରୀସେତୁ। ରାତିରେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଲୋକଙ୍କ ସୁଅ ଛୁଟୁଛି ।

ପୁରୀ (କେନ୍ୟୁଜ): ଲୋକାର୍ପଣ ହେବାକୁ ଯାଉଛି ଶ୍ରୀସେତୁ । ଆଜି ଟ୍ରାଇଲ ରନ । ରଙ୍ଗ ବେରଙ୍ଗ ଆଲୋକ ଓ ଚିତ୍ର ଅଙ୍କା ଯାଇ ଆକର୍ଷଣୀୟ ଦେଖା ଯାଉଛି ଶ୍ରୀସେତୁ । ରାତିରେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଲୋକଙ୍କ ସୁଅ ଛୁଟୁଛି ।

ପୁରୀକୁ ଭକ୍ତଙ୍କ ସୁରୁଖରୁରେ ଯାତାୟତ ପାଇଁ ନିର୍ମିତ ହୋଇଥିବା ଶ୍ରୀସେତୁ ଲୋକାର୍ପଣ ପରେ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗକୁ ଆସିପାରିବେ । ତେବେ ଲୋକର୍ପଣ ପୂର୍ବରୁ ଆଜି ଶ୍ରୀସେତୁର ଟାଏଲ ରନ୍‌ କରାଯିବ । ଏଥିପାଇଁ 5T ଅଧ୍ୟକ୍ଷ ସମସ୍ତ କାର୍ଯ୍ୟର ସମୀକ୍ଷା ମଧ୍ୟ କରିସାରିଛନ୍ତି ।

ସେପଟେ ଆଜିଠୁ ପରିକ୍ରମା ମହାଯଜ୍ଞ । ପାଖେଇ ଆସୁଛି ସେହି ବହୁ ପ୍ରତିକ୍ଷିତ ମୂହୁର୍ତ୍ତ । ଦିନକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ।  ଆଜିଠାରୁ ଅଖଣ୍ଡ ଦୀପ ସ୍ଥାପନ ସହ ଆରମ୍ଭ ହୋଇଯିବ ଯଜ୍ଞ ବିଧି। ଏଥିସହ ଶ୍ରୀମନ୍ଦିର ଚାରିଦ୍ଵାରରେ ଋକ୍, ସାମ୍, ଯଜ୍ଜୁ ଓ ଅଥର୍ବ ବେଦ ପାଠ ଆରମ୍ଭ ହେବ । ୧୭ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିବେ । ଭକ୍ତଙ୍କ ଉତ୍କଣ୍ଠା ବଢ଼ିଛି । ଶ୍ରୀକ୍ଷେତ୍ରରେ ଲାଗିଲାଣି ଭକ୍ତଙ୍କ ଭିଡ଼ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.