ରାଜ୍ୟ କ୍ୟାବିନେଟ୍‌ ବୈଠକ: ୨୭ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବୈଠକରେ ସରକାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେବଳ ୮ଟି ପ୍ରକଳ୍ପ ପାଇଁ ୧୨୪୨ କୋଟି ଟଙ୍କା ଅନୁମୋଦିତ ହୋଇଛି। ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ଏସବୁ ପ୍ରକଳ୍ପକୁ ଅନୁମତି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାଯାଇଛି।

ଏସବୁ ନିଷ୍ପତି ସହ ଆଜି ସରିଛି କ୍ୟାବିନେଟ ବୈଠକ। ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି। ବଜେଟ ଚିଠା ପ୍ରସ୍ତାବକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି । ଆସନ୍ତା ୨୨ରେ ରାଜ୍ୟ ବଜେଟ ଉପସ୍ଥାପନ ହେବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.