Below header

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ କ୍ୟାବିନେଟ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ବୈଠକ। ଆଜି ପୁର୍ବାହ୍ନ ୧୧ଟା ୩୫ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ନେଇ ଜଣାଯାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡିକ ଉପରେ କ୍ୟାବିନେଟ୍‌ ମୋହର ଲାଗିବାର ସମ୍ଭାବନା ରହିଛି । ରାଜ୍ୟରେ କରୋନା ମୁକାବିଲା ଓ ଅମ୍ପାନ ପରିସ୍ଥିତି କିଛି ଜିଲ୍ଲାରେ କ୍ଷୟକ୍ଷତି ଘଟାଇଥିବା କାରଣରୁ ଏହି ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ଭାବେ ଧରାହେଉଛି । କହିରଖିବା ଉଚିତ ହେବକି, ବର୍ତ୍ତମାନ ଜାରି ହୋଇଥିବା ଲକଡାଉନ 4.0ର ଅବଧି ଆସନ୍ତା ୩୧ ତାରିଖରେ ସରିବାକୁ ଯାଉଛି | ଏସମ୍ପର୍କରେ ବି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ବର୍ତ୍ତମାନ ସମୟରେ ସରକାର ଲକଡାଉନ କଟକଣାରେ କିଛିଟା କୋହଳ ଆଣିଛନ୍ତି । ସେପଟେ ଗତକାଲି ଠାରୁ ଉଭୟ ସରକାରୀ ଓ ବେସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି । ଆଗକୁ ରାଜ୍ୟରେ ସ୍ୱାଭାବିକ ପରିସ୍ଥିତି ଫେରେଇ ଆଣିବା ନେଇ ସରକାର କଣ ପଦକ୍ଷେପ ନେବେ ସେନେଇ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାପରେ ଦିନ ୧୨ଟା ୧୫ରେ ବସିବ ମନ୍ତ୍ରିପରିଷଦ ବୈଠକ। ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.