ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ(କେନ୍ଯୁଜ୍): ଡେଙ୍କାନାଳ ଷଡଙ୍ଗୀ ରେଞ୍ଜ ଅନ୍ତର୍ଗତ ମାଧବୋଲୁଅ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଉଛନ୍ତି କୌଶଲ୍ଯା ସାହୁ। ସୂଚନା ମୁତାବକ କୌଶଲ୍ଯା ଆଜି ସକାଳେ ନିଜ ଘର ଆଗ ଝାଡୁ କରୁଥିବା ସମୟରେ ହାତୀ ଆକ୍ରମଣର ସିକାର ହୋଇଥିଲେ। ହାତୀ ଗାଁ ମଝିରେ ପଶି ମହିଳାଙ୍କୁ ଆକ୍ରମଣ କରିଥିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଆକ୍ରମଣ ଘଟଣା କିଛି ସମୟ ବିତି ଯାଇଥିଲେ ମଧ୍ଯ ଏପର୍ଯ୍ଯନ୍ତ ସେଠାରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିନଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.