କିଟ ଓ କିସ ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ କଟକ ଜିଲ୍ଲା କଲରାବାଙ୍କ ଗାଁରେ ଉଦଘାଟିତ ହେଲା ନୂଆ ସବପୋଷ୍ଟଅଫିସ

କଟକ: କଟକ ଜିଲ୍ଲାର ଏକ ଆଦର୍ଶ ଗ୍ରାମ ଭାବେ ଜଣା କଲରାବାଙ୍କ ଗାଁରେ ନୂତନ ସବ୍‌ପୋଷ୍ଟ ଅଫିସ୍‌ ଉଦଘାଟିତ ହୋଇଛି। ଓଡ଼ିଶା ମୁଖ୍ୟ ଡାକପାଳ ସୁବାସ ଚନ୍ଦ୍ର ବର୍ମା ଏହାର ଉଦଘାଟନ କରିଛନ୍ତି। ଏହି ଡାକଘର ପ୍ରତିଷ୍ଠାରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୁଳନୀୟ ରହିଛି | କେବଳ ତାଙ୍କରି ପ୍ରଚେଷ୍ଟାରେ ହିଁ ଏହା ହୋଇପାରିଛି ବୋଲି ନିଜ ଭାଷଣରେ କହିଛନ୍ତି ମହାଡାକପାଳ ଶ୍ରୀ ବର୍ମା । ଏହି ଅବସରରେ ମହାଡାକପାଳଙ୍କୁ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ। ପରେ ନିଳିମାରାଣୀ ଚାରିଟେବଲ ଟ୍ରଷ୍ଟର  ସଭାପତି ଅନ୍ତର୍ଯ୍ୟାମୀ ସାମନ୍ତ, ଗ୍ରାମକମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ସଭାପତି ଅଭିନ୍ନ ଚନ୍ଦ୍ର କେଶ ପ୍ରମୁଖ ପୋଷ୍ଟାଲ ଅଫିସରମାନଙ୍କୁ ଗ୍ରାମକମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

sub post office

ଉଦ୍‌ଘାଟନୀ ଉତ୍ସବରେ ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ଗଜେନ୍ଦ୍ର ପ୍ରସାଦ କର, ପୋଷ୍ଟାଲ ଇନିସପେକ୍ଟର ଦିବ୍ୟସିଂହ ତ୍ରିପାଠୀ, ପୋଷ୍ଟମାଷ୍ଟର ଅସିତ କୁମାର ସ୍ୱାଇଁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ ଭାବେ ପୋଷ୍ଟ ଅଫିସ୍‌ରେ ଖାତା ଖୋଲିଥିବା ବ୍ୟକ୍ତି ଏବଂ ସୁକନ୍ୟା ଯୋଜନାରେ ଖାତା ଖୋଲିଥିବା ପିଲାମାନଙ୍କୁ କାଦମ୍ବିନୀ ସଂପାଦିକା ତଥା ଗ୍ରାମ ଇଂରାଜୀ ମାଧ୍ୟମ ସ୍କୁଲ୍‌ର ସଂପାଦିକା ଡକ୍ଟର ଇତିରାଣୀ ସାମନ୍ତ ପାସ୍‌ ବହି ପ୍ରଦାନ କରିଥିଲେ । ଏହି ଅବସରରେ ଗ୍ରାମ ମହିଳା ସମିତିର ସଂପାଦିକା ଅଞ୍ଜଳୀ ସାମନ୍ତ , ଚନ୍ଦନା ସାମନ୍ତ, ପୂରବୀ ସାମନ୍ତ, ଶିବାନୀ ବୋଷ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ସବ୍‌ ପୋଷ୍ଟ ଅଫିସ୍‌ ଦ୍ୱାରା କଲରାବାଙ୍କ ସମେତ ପଞ୍ଚାୟତର ସବୁ ଗ୍ରାମବାସୀମାନେ ଉପକୃତ ହୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.