ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ, ବୈଠକ ପରେ କରିପାରନ୍ତି ନିର୍ବାଚନ ତାରିଖ ଘୋଷଣା 

ଭୁବନେଶ୍ୱର(କେନ୍ୟୁଜ) : ପଞ୍ଚାୟତ ନିର୍ବାଚନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା ୧୦ ତାରିଖରେ ବୈଠକ ସର୍ବଦଳୀୟ ବସିବ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ସହ ବିଚାରବିମର୍ଶ କରିବେ ରାଜ୍ୟ ନିର୍ବାଚନ କମିଶନ ।

ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ତା ପୂର୍ବରୁ ନିୟମ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ । ଏବେ ଶେଷ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚାଲିଛି । ଚଳିତମାସ ୭ ତାରିଖ ସୁଦ୍ଧା ଚୂଡାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିବେ ରାଜ୍ୟ ସରକାର ।

ତେଣୁ ଏହା ପରେ ସର୍ବଦଳୀୟ ବୈଠକ ଡକାଯାଇଛି । ୧୦ ତାରିଖ ପରେ ଯେକୌଣସି ଦିନ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.