ଟେଲି ଅଭିନେତ୍ରୀ ଦ୍ରଷ୍ଟୀ ଧାମିଙ୍କୁ କରୋନା, ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଦେଲେ ସୂଚନା

କୋଭିଡର ନୂତନ ପ୍ରକାର ଭାରିଆଣ୍ଟ୍ ଓମିକ୍ରନ୍ ବାହାରିବା ପରଠାରୁ ସାରା ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି ଦେଶରେ ସର୍ବାଧିକ କରୋନା ମାମଲା ଦେଶରେ ମହାରାଷ୍ଟ୍ରରେ ହୋଇଥିବା ବେଳେ ଅନେକ ବଲିଉଡ ସେଲିବ୍ରେଟ୍ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ମଧୁବାଲା ଫେମ୍ ଟେଲି ଅଭିନେତ୍ରୀ ଦ୍ରଷ୍ଟୀ ଧାମି ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ଦ୍ରଷ୍ଟୀ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ସେ ଲେଖିଛନ୍ତି ଯେ , ତୃତୀୟ ଲହର ସହ ଲଢିବାକୁ ମୋ ସହିତ କିଛି ଭଲ କମ୍ପନୀ ଉପସ୍ଥିତ ଅଛି । ସୌଭାଗ୍ୟବଶତଃ ମୁଁ ଏହି ଫୁଲଗୁଡ଼ିକର ସୁଗନ୍ଧ ସୁଙ୍ଘି ପାରୁଛି ଏବଂ ଚକୋଲେଟ୍ ଉପଭୋଗ କରିପାରୁଛି ।’ ଦ୍ରଷ୍ଟୀ ଏହା ସହିତ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ଫୁଲ କୁଣ୍ଡ , ଅକ୍ସିମିଟର, ଟାବଲେଟ୍, ଭିକ୍ସ, ଚକୋଲେଟ୍ ଏବଂ କିଛି କାଗଜପତ୍ର ଟେବୁଲ ଉପରେ ରଖାଯାଇଛି । ଏହି ପୋଷ୍ଟ ପରେ କରଣ ଗ୍ରୋଭର, ଆରିଜିତ ତନେଜା, ଡିନୋ ମୋରିୟା ପରି ସେଲିବ୍ରେଟମାନେ ଦ୍ରଷ୍ଟୀଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
View this post on Instagram
‘ମାଧୁବାଲା ଏକ୍ ଇଶ୍କ୍ ଏକ୍ ଜୁନୁନ୍’, ‘ଏକ୍ ରାଜା ଏକ୍ ଥି ରାନୀ’ ଏବଂ ‘ସିଲସିଲା ବଦଲତେ ରିସ୍ତୋଁ କି ‘ ଭଳି ଟିଭି ଶୋ’ରେ ତାଙ୍କ ଭୂମିକା ପାଇଁ ସେ ଯଣାଶୁଣା । ଦ୍ରଷ୍ଟୀଙ୍କୁ ଶେଷ ଥର ପାଇଁ ୱେବ୍ ସିରିଜ୍ ‘ଦ ଏମ୍ପାୟର’ରେ ଦେଖିବାକୁ ମିଳିଥିଲା ଯେଉଁଥିରେ ସେ ଖାନଜାଦା ବେଗମ୍ ଭୂମିକାରେ ଅଭିନୟ କରିଥିଲେ ।
ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମୁମ୍ବାଇରେ ଓମିକ୍ରନର ୪୦ ଟି ନୂଆ ମାମଲା ମଧ୍ୟ ସାମ୍ନାକୁ ଆସିଛି। ମୋଟ ଉପରେ, ମୁମ୍ବାଇରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୩୬୮ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଓମିକ୍ରନ୍ ଦେଶର ୨୩ ଟି ରାଜ୍ୟରେ ବ୍ୟାପିଛି ଏବଂ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି ଯାହା ୫୬୮ ଅଟେ। ଏଥି ସହିତ, ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରୁ ୩୮୨ ଟି ମାମଲା ରୁଜୁ ହୋଇଛି।