କ୍ରଞ୍ଚି ଓ କ୍ରିସ୍ପି ଲାଗିଥାଏ ଗ୍ରୀନ ଦୋସା, ବ୍ରେକଫାଷ୍ଟରେ ଆସିବ ବହୁତ ପସନ୍ଦ

ଗ୍ରୀନ୍‌ ଦୋସା ପାଇଁ ଆବଶ୍ୟକ ସାମଗ୍ରୀ

  • ଗୋଟେ ଗିନା ସିଝା ପାଳଙ୍ଗ
  • ଅଧା କପ୍‌ ରାତିରେ ଭିଜା ଯାଇଥିବା ଚାଉ ଳ
  • ଏକ ଚାମଚ ଅଦା ରସୁଣ ପେଷ୍ଟ
  • ଛୋଟ କଟା ହୋଇଥିବା କଞ୍ଚା ଲଙ୍କା
  • ଅଧା କପ୍‌ ବିରି ଡାଲି
  • ଅଧା ଚାମଚ୍‌ ମେଥି ଦାନା
  • ଏକ ଚିମୁଟା ହେଙ୍ଗୁ
  • ସ୍ୱାଦାନୁସାରେ ଲୁଣ
  • ପାଣି ଆବଶ୍ୟକ ଅନୁସାରେ
  • ଘିଅ
  • ବଟର

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଆଣ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ଚାଉଳ, ବିରି ଡାଲି, ମେଥି ଦାନାକୁ ଭଲଭାବେ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଏଥିରେ ହେଙ୍ଗୁ, ଗୋଲ ମରୀଚ, ହଳଦି, କଞ୍ଚା ଲଙ୍କା ଅଦା ରସୁଣ ପେଷ୍ଟ ଏବଂ ସ୍ୱାଦାନୁସାର ଲୁଣ ମିକ୍ସ କରିଦିଅନ୍ତୁ। ଏହାପରେ ପାଳଙ୍ଗକୁ ଗ୍ରାଇଣ୍ଡିଂ ପରେ ସେହି ପେଷ୍ଟକୁ ବି ଆଣରେ ମିଶାଇ ଦିଅନ୍ତୁ।

ଯଦି ଘୋଳ ଅଧିକ ଗାଢ଼ ହୋଇଯାଏ ତାହେଲେ ଏଥିରେ ପାଣି ମିକ୍ସ କରିଦିଅନ୍ତୁ ଏବଂ ଏହାକୁ ପତଳା କରିଦିଅନ୍ତୁ। ଏବେ ଗ୍ୟାସ ଉପରେ ନନଷ୍ଟିକ ପ୍ୟାନ୍‌ ରଖନ୍ତୁ ଏବଂ ତାକୁ ଗରମ ହେବା ପାଇଁ ଦିଅନ୍ତୁ। ଯେତେବେଳେ ଏହା ଗରମ ହୋଇଯିବ ସେତେବେଳେ ଏଥିରେ ଅଳ୍ପ ଘିଅ ପକାଇ ଦିଅନ୍ତୁ। ଏହାପରେ ଆଣର ଘୋଳକୁ ତାଓ୍ଵାରରେ ରଖି ଗୋଲ କରି ବୁଲାଇ ଦିଅନ୍ତୁ। ଅଳ୍ପ କିଛି ସମୟ ପରେ ଯେତେବେଳେ ଦୋସା ତାଓ୍ଵା ଛାଡିବ ସେତେବେଳେ ଏଥିରେ ଘିଅ ଲଗାନ୍ତୁ। ଏହାପରେ ଦୋସାକୁ ଓଲଟାଇ ଦିଅନ୍ତୁ। ଏହାର ଅନ୍ୟ ପାଖକୁ ବି ଭଲଭାବେ ସେକି ବଟର ଲଗାଇ ଦିଅନ୍ତୁ। ଏହାପରେ ଫୋଲ୍ଡ କରି ଚଟଣୀ କିମ୍ବା ସାମ୍ବର ସହିତ ସର୍ଭ କରନ୍ତୁ।