ଯାଜପୁରରେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଆରମ୍ଭ, ୩୦ ଜିଲ୍ଲାରୁ ୨୫୦୦ ପ୍ରତିନିଧି

ଯାଜପୁର ଟାଉନ (କେନ୍ୟୁଜ୍) : ବିଭିନ୍ନ ଲୋକକଳା ଓ ସାଂସ୍କୃତିର ଝଲକ ଦେଖିବାକୁ ମିଳିଛି ୨୪ ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଉଦଘାଟନୀ ଶୋଭାଯାତ୍ରାରେ । ଆଜି ଅପରାହ୍ନରେ ଯାଜପୁରରେ ଉଦଘାଟିତ ହୋଇଛି ରାଜ୍ୟସ୍ତରୀୟ ଯୁବ ମହୋତ୍ସବ।

YOUTH FESTIVAL-2

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଠାରୁ ଆଜ୍ଞାମାଳ ଅଣାଯିବା ପରେ ଏକ ବିରାଟ ଶୋଭାଯାତ୍ରା ଯୁବ ମହୋତ୍ସବ ସ୍ଥଳ ବୈତରଣୀ ନଦୀକୂଳ ସ୍ଥିତ ବାଳାଶ୍ରମ ପଡ଼ିଆକୁ ଆସିଛି । ଏହି ଶୋଭଯାତ୍ରାରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ୨୫୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଛନ୍ତି। ଏଥିରେ ବିଭିନ୍ନ ଜିଲ୍ଲାର ଲୋକ କଳା ପ୍ରଦର୍ଶିତ ହୋଇଛି।

YOUTH FESTIVAL-3

ଏହି ମହୋତ୍ସବ ଆସନ୍ତା ୩ ଦିନ ଧରି ଚାଲିବ। ଆଜି ଏହି ଶୋଭଯାତ୍ରାରେ ଜିଲାପାଳ ରଞ୍ଜନ କୁମାର ଦାସ, ଏସପି ଚରଣ ସିଂ ମିନା, ଜିଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତିଙ୍କ ସମେତ ବହୁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଅଧିକାରୀ ସାମିଲ ହୋଇଥିଲେ।

YOUTH FESTIVAL-4

ଏହି ମହୋତ୍ସବକୁ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତିନି ଦିନ ଧରି ମହୋତ୍ସବରେ ଜିଲ୍ଲାଗୁଡ଼ିକରୁ ଆସିଥିବା କଳାକାର ଓ ପ୍ରତିନିଧିମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବେ ।

YOUTH FESTIVAL-5

Leave A Reply

Your email address will not be published.