Below header

ବାତ୍ୟାର ନାଁ ଗାଜା ନୁହେଁ ‘ଗଜ’, ଦେଇଥିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ : ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ଝଡ଼ର ନାଁ ‘ଗାଜା’ ନୁହେଁ ଗଜ । ନାଁଟି ଶ୍ରୀଲଙ୍କା ବୈଜ୍ଞାନିକମାନେ ଦେଇଥିଲେ । ସଂସ୍କୃତ ଶବ୍ଦ ଗଜ ଅର୍ଥାତ୍ ହାତୀରୁ ଏହି ନାଁଟି ଦିଆଯାଇଛି ।

ବାତ୍ୟାକୁ ନେଇ ପାଣିପାଗ ବିଶେଷଜ୍ଞ, ପାଣିପାଗ କେନ୍ଦ୍ର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଭଲ ଭାବେ ଯୋଗାଯୋଗ ରହିବା ଲକ୍ଷ୍ୟ ନେଇ ବିଭିନ୍ନ ଦେଶ ପକ୍ଷରୁ ବାତ୍ୟାର ନାମ କରଣ କରାଯାଏ । ଆଗାମୀ ବାତ୍ୟାର ନାଁ ରଖାଯାଇଛି ‘ଫେଥାଇ’ । ଯାହା ଥାଇଲାଣ୍ଡ ବୈଜ୍ଞାନିକମାନେ ଦେଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ‘ଫେଥାଇ’ ବାତ୍ୟା ଆସିବାର ସମ୍ଭାବନା ରହିଛି ।

GAJA_PREP

୧୯୫୩ ମସିହାରୁ ଜାତିସଂଘର ସଂସ୍ଥା ବିଶ୍ବ ପାଣିପାଗ ସଂଗଠନ (ଡବଲ୍ୟୁଏମଓ) ବାତ୍ୟାଗୁଡ଼ିକର ନାମକରଣ କରିବାର ପରମ୍ପରା ଆରମ୍ଭ କରିଥିଲା । ତେବେ ୨୦୦୪ରେ ଏହାକୁ ଭଙ୍ଗ କରି ଦିଆଯାଇଥିଲା ଏବଂ ବିଶ୍ବର ସମସ୍ତ ଦେଶକୁ ନିଜ ନିଜ ଅଞ୍ଚଳରେ ଆସୁଥିବା ବାତ୍ୟାର ନାମ କରଣ କରିବାକୁ କୁହାଯାଇଥିଲା । ପାଣିପାଗ ବିଭାଗ ବୈଜ୍ଞାନିକମାନେ ବାତ୍ୟାଗୁଡ଼ିକର ଆଗୁଆ ନାମକରଣ କରିଥାନ୍ତି ।

ତାମିଲନାଡୁରେ ବର୍ଷା

କିଛି ସମୟ ଭିତରେ ବାତ୍ୟା ‘ଗଜ’ ତାମିଲନାଡୁ ଉପକୂଳ ଛୁଇଁବ । ତେବେ ତା ପୂର୍ବରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ୧୦୦ କିଲୋମିଟର ବେଗରେ ପବନ ବହିବ ।

ସେପଟେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ତାଙ୍କର ସବୁ ବିଭାଗକୁ ସଜାଗ କରି ରଖିଛନ୍ତି । ପ୍ରାୟ ୩୦ ହଜାର ସରକାରୀ କର୍ମଚାରୀଙ୍କୁ କାମରେ ନିୟୋଜିତ କରାଯାଇଛି ।

ବାତ୍ୟା ସମୟରେ ନିଜେ ନିଜେ କିଭଳି ପ୍ରସ୍ତୁତ ରହିବ ଓ ମୁକାବିଲା କରିବ ତାର ଏକ ଭିଡିଓ ମଧ୍ୟ ଜାରି କରିଛି ଏନଡିଏମଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.